ନୟାଗଡ଼,ତା ୨୨.୧.୨୬ରିଖ -ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ କପ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲରେ ମରାଠା ୧୧ ଏଫ୍ ସି ଭଞ୍ଜନଗର ଏବଂ ଏସ ଜେ ସି ଫୁଟବଲ କେରଳ ପରସ୍ପରକୁ ଭେଟିଥିଲେ। ଏହି ସେମି ଫାଇନାଲ ମ୍ୟାଚରେ ଫାଇନାଲ ମ୍ୟାଚ ଭଳି ଲଢେଇ ଦେଖିବାକୁ ମିଳିଥିଲା। ବିଶେଷ କରି ସେମି ଫାଇନାଲ ଖେଳରେ ଡ. ଅରୁଣ କୁମାର ସାହୁ ମଞ୍ଚରେ ଉପସ୍ଥିତ ରହି ଉଭୟ ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା,

ନୟାଗଡ଼ ବ୍ଳକ୍ ବିଜେଡ଼ି ସଭାପତି ଭଞ୍ଜ କିଶୋର ମହାପାତ୍ର, ମୁଥାଗାଡିଆ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ମୁଥାଗାଡିଆ ସମିତି ସଭ୍ୟ ଦିଲ୍ଲୀପ କୁମାର ହାତୀ, ନୀଳମାଧବ ପଣ୍ଡା ସଭାପତି ଛାତ୍ର ବିଜୁ ଜନତା ଦଳ, ସତ୍ୟବ୍ରତ ପଟ୍ଟନାୟକ ସଭାପତି ଯୁବ ଜନତା ଦଳ , ରବୀନ୍ଦ୍ର କୁମାର ଜେନା ଜିଲ୍ଲା ଉପ ସଭାପତି ଯୁବ ଜନତା ଦଳ, ସାଉଥ୍ ଇଣ୍ଡିଆନ ହୋଟେଲ ମାଲିକ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ରେଫରୀ ଜ୍ୟୋତି ରଞ୍ଜନ ସ୍ବାଇଁ ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ ନାୟକ ଓ ସରୋଜ ମହାରଣା ଏବଂ ୪ର୍ଥ

ନମ୍ବର ରେଫରୀ ଭାବେ ରାଜୁ ମହାନ୍ତି କାର୍ଯ୍ୟ ତୁଲାଇ ଥିଲେ। ପ୍ରଥମରୁ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରୀ ରହିଥିଲା ଏବଂ ଖେଳ ଅମୀମାଂସିତ ରହିଥିଲା। ଦ୍ବିତିୟାର୍ଦ୍ଧରେ ଭଞ୍ଜନଗର ଦଳର ୧୧ ନମ୍ବର ଖେଳାଳି ବିକ୍ରମ ଗୋଟିଏ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ ରଖିଥିଲେ । ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ । ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର କେରଳ ଦଳର ୨ ନମ୍ବର ଖେଳାଳି ନନ୍ଦୁଆନ୍ ଲାଭ କରିଥିଲେ।











