Home / ମୁଖ୍ୟ ଖବର / ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହୋତ୍ସବ, ତଥା ପିପିଲି ସତସଙ୍ଗ ବିହାରର ୩ୟ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହୋତ୍ସବ, ତଥା ପିପିଲି ସତସଙ୍ଗ ବିହାରର ୩ୟ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

untitled 1

ତା ୨୩/୧/୨୦୨୬ (ପିପିଲି): ପିପିଲି ସତସଙ୍ଗ ବିହାର ଆନୁକୁଲ୍ୟରେ, ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହୋତ୍ସବ, ତଥା ପିପିଲି ସତସଙ୍ଗ ବିହାରର ୩ୟ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ। ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମ ତଥା ଉଷା କୀର୍ତ୍ତନ, ସଂଗୀତାଞ୍ଜାଳୀ, ନଗର କୀର୍ତ୍ତନ, ସତସଙ୍ଗ ସାଧାରଣ ସଭା, ମାତୃସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ, ଯୁବ କଣ୍ଠ ଶିଳ୍ପୀ ତଥା ଶିଶୁ କଣ୍ଠଶିଳ୍ପୀ ମାନେ ଭଜନାଞ୍ଜଳି କାର୍ଯ୍ୟକ୍ରମରେ ଉଚ୍ଚ କୋଟିର ଭଜନ ପରିବେଷଣ କରିଥିଲେ ।

image
image

ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବ୍ରଜବନ୍ଧୁ ସ୍ବାଇଁଙ୍କ ପୌରହିତ୍ୟରେ ସତସଙ୍ଗ ଆୟୋଜିତ ହୋଇଥିଲା। ସତସଙ୍ଗରେ ଭକ୍ତମାନେ ଭଜନ, କୋରସ ତଥା କୀର୍ତ୍ତନ ରେ ବିଭୋର ହୋଇପଡ଼ିଥିଲେ। ଉକ୍ତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ପୁରୀ ସାଂସଦ ଶ୍ରୀଯୁକ୍ତ ସମ୍ବିତ ପାତ୍ର ଏବଂ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ। ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭାବାଦର୍ଶ ସମ୍ବନ୍ଧରେ ଶ୍ରୀଯୁକ୍ତ ସମ୍ବିତ ପାତ୍ର, ଶ୍ରୀଯୁକ୍ତ ବ୍ରଜବନ୍ଧୁ ସ୍ବାଇଁ (ସ.ପ୍ର.ଋ ),ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ (ସ.ପ୍ର.ଋ ), ଏବଂ ଶ୍ରୀ ସତ୍ୟବ୍ରତ ମିଶ୍ର ଆଲୋକପାତ କରିଥିଲେ ।

ଏହି ସତସଙ୍ଗରେ ପ୍ରାୟ ୨୦୦୦ଋ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ମଧ୍ୟରେ ସତସଙ୍ଗ ପ୍ରତି ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହି ମହୋତ୍ସବକୁ ସୁନ୍ଦର ଭାବେ ପରିଚାଳନା କରିବାରେ ପିପିଲି ସତସଙ୍ଗ କେନ୍ଦ୍ରର ସ୍ଥାନୀୟ କର୍ମୀବୃନ୍ଦ ତଥା ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ, ଶ୍ରୀଯୁକ୍ତ ବାସୁଦେବ ସାହୁ, ଶ୍ରୀଯୁକ୍ତ କ୍ଷେତ୍ରମୋହନ ବରାଳ, ଶ୍ରୀଯୁକ୍ତ ପ୍ରଭାକର ବେହେରା, ଲିଙ୍ଗରାଜ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ରଥ , ବିଜୟ କୋଦମ ସିଂହ, ସୁରେନ୍ଦ୍ର କୁମାର ବାରିକ, ଦୀଲ୍ଲିପ କୁମାର ମୁଦୁଲି ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply