Home / ଶିକ୍ଷା / ଘୁଞ୍ଚିଲା ଓ.ଟି.ଇ.ଟି. ପରୀକ୍ଷା ; ଆବେଦନ ଆରମ୍ଭ

ଘୁଞ୍ଚିଲା ଓ.ଟି.ଇ.ଟି. ପରୀକ୍ଷା ; ଆବେଦନ ଆରମ୍ଭ

oet test dates in 2023, registration period, and results

      ଦ୍ଵିତୀୟ ପର୍ଯ୍ୟାୟ  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି । ୧୧ ତାରିଖ ଦିନ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏ ସମ୍ପର୍କରେ କୁହାଯାଇଛି । ବିଜ୍ଞପ୍ତି ଅନୁସାରେ ଜୁନ ୨୩ ତାରିଖରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ଜୁଲାଇ ମାସ ୧ ତାରିଖ ଦିନ ପରିଚାଳନା କରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ଏଥି ସହିତ ସ୍ନାତକୋତ୍ତର ବି.ଏଡ଼. କରିଥିବା ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇ ଏହି ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଠାରେ ସୂଚନାଯୋଗ୍ୟ ଯେ ଦ୍ଵିତୀୟ ପର୍ଯ୍ୟାୟ  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ନିମନ୍ତେ ଗତବର୍ଷ ଅକ୍ଟୋବର ମାସରେ ପରିଷଦ ପକ୍ଷରୁ ଆବେଦନ ଗ୍ରହଣ କରାଯାଇଥିଲା । ଦୀର୍ଘ ଦିନ ପରେ ପରୀକ୍ଷା ତାରିଖ ଘୋଷଣା ହୋଇଥିବାରୁ ଆଶାୟୀମାନେ ଖୁସି ବ୍ୟକ୍ତ କରିଥିଲେ । କିନ୍ତୁ, ତାରିଖ ଘୁଞ୍ଚିବା କାରଣରୁ ଏପରି ନକରିବାକୁ କେତେକ  ଆଶାୟୀ ବିଭାଗକୁ ଟ୍ଵିଟ କରିଥିଲେ ମଧ୍ୟ ନୂତନ ତାରିଖ ଘୋଷଣା ହୋଇଛି ।  ସୂଚନାଯୋଗ୍ୟ ଯେ ଆଗକୁ ରାଜ୍ୟ ସରକାର କୋଡ଼ିଏ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଥିବାରୁ ଏହି ପରୀକ୍ଷା ଆଶାୟୀମାନଙ୍କ ନିକଟରେ ଗୁରୁତ୍ଵ ବହନ କରୁଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply