Home / ମୁଖ୍ୟ ଖବର / ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମ।

ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମ।

whatsapp image 2026 02 02 at 5.39.40 pm

ନୟାଗଡ଼,ତା-୧.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗଙ୍କ ଅଂଶଗ୍ରହଣରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏସଡବ୍ଲୁଓ ଶାଖା ସହିତ ଜିଲ୍ଲା ହବ୍ ମହିଳା ସଶକ୍ତିକରଣ ଦଳ

image

ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡା, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଏଡିଏମଓ ଏବଂ ସିଡବଲୁସିର ସଭାପତି ଓ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ବାଲ୍ୟ ବିବାହ ନିରାକରଣ ଓ ତାହାର କଠୋର ପ୍ରତିରୋଧ ନିମନ୍ତେ ଜିଲ୍ଲା ସ୍ତରରେ ସମୂହ ଶପଥ ଗ୍ରହଣ କରିବା ପାଇଁ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply