Home / ମୁଖ୍ୟ ଖବର / ସନାତନ ସଂସ୍କୃତି,ପରମ୍ପରା ଏବଂ ସାମାଜିକ ଏକତାର ପ୍ରତୀକ ସ୍ୱରୂପ ଏକ ହିନ୍ଦୁ ସମ୍ମିଳନୀ

ସନାତନ ସଂସ୍କୃତି,ପରମ୍ପରା ଏବଂ ସାମାଜିକ ଏକତାର ପ୍ରତୀକ ସ୍ୱରୂପ ଏକ ହିନ୍ଦୁ ସମ୍ମିଳନୀ

whatsapp image 2026 02 02 at 5.11.40 pm

ପୁରୀ : ହିନ୍ଦୁ ଜାଗରଣର ଦିଗକୁ ନୂତନ ଶକ୍ତି ଏବଂ ଚେତନା ପ୍ରଦାନ କରିବା ଲକ୍ଷ୍ୟ ନେଇ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ସନାତନ ସଂସ୍କୃତି,ପରମ୍ପରା ଏବଂ ସାମାଜିକ ଏକତାର ପ୍ରତୀକ ସ୍ୱରୂପ ଏକ ହିନ୍ଦୁ ସମ୍ମିଳନୀ ଆଜି ସାରସ୍ୱତ ନିଗମାନନ୍ଦ ଆଶ୍ରମରେ ଅନୁଷ୍ଠିତ ହୋଇ ଯାଇଛି। ବେଦଧ୍ଵନି ଏବଂ ଗୀତା ପଞ୍ଚଦଶ ଅଧ୍ୟାୟ ପାଠ ସହିତ ଏହି ସମ୍ମିଳନୀ ଉଦଘାଟିତ ହୋଇ ଥିଲା। ସମ୍ମିଳନୀରେ ସାରସ୍ୱତ ନିଗମାନନ୍ଦ ଆଶ୍ରମର ଅଧ୍ୟକ୍ଷ୍ୟ ଡଃ ଶଙ୍କରାନନ୍ଦ ସରସ୍ବତୀ ମୁଖ୍ୟ

image

ଅତିଥି, ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ବତୀ ସମ୍ମାନିତ ଅତିଥି, ଦେଉଳ ପୁରୋହିତ ଶ୍ରୀ ସିଦ୍ଧେଶ୍ୱର ମହାପାତ୍ର,ମୁକ୍ତିମଣ୍ଡପ ପଣ୍ଡିତ ସଭାର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର, ପ୍ରମୁଖ ବରେଣ୍ୟ ଅତିଥି ଭାବେ ମଂଚାସୀନ ଥିଲେ। ଶ୍ରୀ ଶିବ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ହିନ୍ଦୁ ସମ୍ମିଳନୀରେ ସମ୍ମାନିତ ଅତିଥିଭାବେ ସ୍ୱାମୀ ଶାଶ୍ଵତାନନ୍ଦ ସରସ୍ବତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗୀତା ଶ୍ରବଣ, ମନନ ଓ ଚିନ୍ତନ ଘରେଘରେ ହେବା ଉଚିତ୍ ଯାହା ଦୁଃଖରୁ ନିବୃତ୍ତି ଓ ସୁଖପ୍ରାପ୍ତିରେ ସହାୟକ ହୋଇପାରିବ। ଗୀତା ଶ୍ଲୋକ ନୁହେଁ, ଏହା ଭଗବାନଙ୍କର ମୁଖ ନିସୃତ ମହାମନ୍ତ୍ର। ଶାସ୍ତ୍ରକୁ ବୁଝିବା ପାଇଁ ଗୁରୁ ଆବଶ୍ୟକ। ମନରୁ ମୁକ୍ତି ଆମର ବାସ୍ତବ ମୁକ୍ତି। ଆମର ଆଧୁନିକ ପାଠ ଯାହା କାଗଜ କଲମର ଶିକ୍ଷା ତାହା ପେଟ ପାଇଁ। ଆମ ମୁଣ୍ଡ ପାଇଁ ଶିକ୍ଷାର ଆବଶ୍ୟକତା ଅଛି ଯାହା ଆମେ ସଦଗୁରୁଙ୍କଠାରୁ ପାଉ। ପରିବାରରେ ମାର ଗୁରୁତ୍ଵ ସର୍ବାଧିକ, ମାର ବିକଳ୍ପ ନାହିଁ। ହିନ୍ଦୁ ଧର୍ମ ଯାହା ସନାତନ ଧର୍ମ ସେ ଆମକୁ ପିତୃଦେବ ଭବ , ମାତୃଦେବ ଭବ, ଆଚାର୍ଯ୍ଯଦେବ ଭବ ଓ ଅତିଥିଦେବ ଭବ ଶିକ୍ଷା ପ୍ରଦାନ କରେ।
.
ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ୱାମୀ ଶଙ୍କରାନନ୍ଦ ସରସ୍ଵତୀ ତାଙ୍କ ବକ୍ତବ୍ୟରେ କହିଲେ ହିନ୍ଦୁଧର୍ମର ବୈଦିକ ଧର୍ମଧାରା ଭୁଶୁଡ଼ି ଗଲାଣି, ଜ୍ଞାନ ବିସ୍ମୃତ ହେଲାଣି। ପ୍ରାଚୀନ ମଠ ମନ୍ଦିରମାନ ଅବକ୍ଷୟମୁଖୀ ବୋଲି ସେ ଉଲ୍ଲେଖ କରିଥିଲେ। ଆମର ପରିଚୟ ଆମର ପୋଷାକ, ତିଳକ ଓ ଆଚାର ବ୍ଯବହାର ଅଟେ ।ଇଂରେଜ ଶାସନ କାଳରେ ଲର୍ଡ ମାକଲେ ଆମର ଭାରତୀୟ ଶିକ୍ଷା ଓ ସଂସ୍କୃତିକୁ ବିନାଶ କରିବା ପାଇଁ ଷଡଯନ୍ତ୍ର କରି ଆମର ବହୁ କ୍ଷତି ସାଧନ କରିଛନ୍ତି। ହିନ୍ଦୁତ୍ତ୍ଵର ଶିକ୍ଷ୍ୟା ବିଶ୍ୱକୁ ସୁଖୀ ଓ ସମୃଦ୍ଧିସମ୍ପନ୍ନ ଜୀବନ ଯାପନ ସହିତ ବିଶ୍ୱ ଶାନ୍ତି ପ୍ରତିଷ୍ଠା ହୋଇପାରିବବୋଲି ସେ କହିଥିଲେ। ଗୀତା ସଙ୍ଗୋଷ୍ଠୀ ପ୍ରତ୍ୟକ ସାହିିରେ ପ୍ରତ୍ୟକ ମାସରେ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଜଗନ୍ନାଥ ମନ୍ଦିର ଦେଉଳ ପୁରୋହିତ ଡଃ ସିଦ୍ଧେଶ୍ୱର ମହାପାତ୍ର ଶ୍ରୀଜଗନ୍ନାଥ ଧାମ ପୁରୀର ମହତ୍ତ୍ଵ ବର୍ଣ୍ଣନା କରି କହିଥିଲେ ଯେ ଏଠାରେ କଳହ ବି ସ୍ତୁତି, ସାମାନ୍ୟ ନିଦ୍ରା ଯୋଗନିଦ୍ରା, ଚାଲିବା ପରିକ୍ରମା, ଖାଦ୍ୟ ଅମୃତ, ସମସ୍ତ ତରୁ କଳ୍ପତରୁ। ଏଠି ମାଟି ପାଣି ପବନ ସବୁ ଜଗନ୍ନାଥମୟ । ସେ କହିଥିଲେ ଯେ ସବୁ ରଙ୍ଗର ଅସ୍ତକାଳୀନ ରଙ୍ଗ ଗୈରିକ ରଙ୍ଗ ଯାହା ଜ୍ଞାନ ଓ ବୈରାଗ୍ୟର ପ୍ରତୀକ । ମୁଖ୍ୟ ବକ୍ତା ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ରଙ୍କ ତାଙ୍କ ବକ୍ତବ୍ୟରେ ହିନ୍ଦୁ ସମ୍ମିଳନୀର ଆବଶ୍ୟକତା ଓ ପଞ୍ଚ ପରିବର୍ତ୍ତନ ଉପରେ କହିଥିଲେ ଯେ ଯଦି ଆମ ପରିବାର ଆଦର୍ଶ ଓ ସୁନ୍ଦର ହେବ, ଆମ ପର୍ୟାବରଣ ସୁରକ୍ଷ୍ୟା ହେବ, ଆମ ହିନ୍ଦୁ ସମାଜରୁ ସମସ୍ତ ଭେଦଭାବ ଦୂର ହେବ, ଆମ ଭିତରେ ସ୍ୱ ର ଜାଗରଣ ହେବ, ଏବଂ ଆମେ ଆମର ନାଗରିକ କର୍ତ୍ତବ୍ୟକୁ ଠିକ ଭାବରେ ପାଳନ କରିବା ତେବେ ଆମ ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା ହେବ ଏବଂ ଭାରତ ବିଶ୍ଵଗୁରୁ ହୋଇ ପାରିବ। ଆମେ ହିନ୍ଦୁ, ଭାରତ ଆମର ମାତା “ଏହି ଆହ୍ୱାନ ହିଁ ବିଶ୍ୱରେ ଭାରତ ବର୍ଷକୁ ଚର୍ଚ୍ଚିତ ଓ ବିକଶିତ କରି ପାରିବ। ଭାରତର ସାମଗ୍ରିକ ବିକାଶରେ ଆଦର୍ଶ ଯୌଥ ପରିବାରର ମହତ୍ତ୍ଵ ବିଷୟରେ ମଧ୍ୟ ସେ କହିଥିଲେ। ଶେଷରେ ଶ୍ରୀ ଦର୍ପେନ୍ଦ୍ର ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ହିନ୍ଦୁ ସମ୍ମିଳନୀର ସଂଚାଳନ ଦକ୍ଷିଣ କାଳୀ ବସତି, ଶ୍ୟାମାକାଳୀ ବସତି, ଓ ଲୋକନାଥ ବସତିର କାର୍ଯ୍ୟକର୍ତ୍ତା ଯଥା- ପଦ୍ମଚରଣ ମହାପାତ୍ର, ଦିଲୀପ ମିଶ୍ର, ରାଜୁ ପଣ୍ଡା, ଦର୍ପେନ୍ଦ୍ର ଦାସ, ସୂର୍ଯ୍ୟ ନାରାୟଣ ପାଢ଼ୀ, ଦୀପକ ନାୟକ, ବଳଭଦ୍ର ମହାପାତ୍ର, କୃଷ୍ଣ ଚନ୍ଦ୍ର ପଣ୍ଡା , ବିଷ୍ଣୁଦତ୍ତ ଦାସ, ନିଗମାନନ୍ଦ ଆଶ୍ରମର ଗୁରୁକୁଳର ବିଦ୍ୟାର୍ଥୀମାନେ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର, ହରଚଣ୍ଡୀ ସାହିର ଗୁରୁମା, ଗୁରୁଜୀମାନେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply