ସାକ୍ଷୀଗୋପାଳ ,୪/୨ : ସତ୍ୟବାଦୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ମେଧା ବୃତ୍ତି ତାଲିକାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ରୁ ଭୀମପୁର କ୍ଲଷ୍ଟରର ୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି. ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ହେଲେ ପକ୍ଷୀମୁଣ୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଜ୍ଞା ପରମିତା ପରିଡା( ପଞ୍ଚମ ଶ୍ରେଣୀ ),ଡାହାଣ କୁମ୍ଭାରପଡା ଉପ୍ରା ବିଦ୍ୟାଳୟ ର ସାଇ ପ୍ରସାଦ ବରାଳ (ପଞ୍ଚମ ଶ୍ରେଣୀ ) ଏବଂ ଲୁଣିଆ ଡିହପଡ଼ା ପ୍ରାଥମିକ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର ଅନ୍ୱେଷ ଦାଶ. ଛାତ୍ରଛାତ୍ରୀମାନେ ଉକ୍ତ ସଫଳତାର ଶ୍ରେୟ ସେମାନଙ୍କ ଗୁରୁ, ଗୁରୁଜନ ଓ ଅଭିଭାବକ ମାନଙ୍କୁ ଦେବା ସହ ସମସ୍ତଙ୍କ ସହଯୋଗ,ଆଶୀର୍ବାଦ ଓ ନିଜର ଅଧ୍ୟାବସାୟ ବଳରେ ମିଳିପାରିଛି ବୋଲି ମତ ପୋଷଣ କରିଛନ୍ତି.ଏହି ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷିକା , ପରିଚାଳନା ସମିତିର ସଭ୍ୟସଭ୍ୟା ଓ ସିଆରସିସି ମେଧା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ସେମାନଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରିଛନ୍ତି।
ତୃତୀୟ ଓ ପଞ୍ଚମ ମେଧାବୃତ୍ତି ପରୀକ୍ଷାରେ ଭୀମପୁର କ୍ଲଷ୍ଟରର ୩ ଛାତ୍ରୀଛାତ୍ର କୃତକାର୍ଯ୍ୟ











