Home / ମୁଖ୍ୟ ଖବର / ଡାହାଣୀ ସନ୍ଦେହ ରେ ନିର୍ଯ୍ୟାତନା: ସଚେତନତା କର୍ମଶାଳା ଅନୁଷ୍ଠିତ।

ଡାହାଣୀ ସନ୍ଦେହ ରେ ନିର୍ଯ୍ୟାତନା: ସଚେତନତା କର୍ମଶାଳା ଅନୁଷ୍ଠିତ।

whatsapp image 2026 02 05 at 8.44.20 pm

ପୁରୀ: ୫/୨ ସମାଜ ରେ ଡାହାଣୀ ପ୍ରଥା ଘୃଣ୍ୟ ତଥା ଅପରାଧ।ଏହାର ବିଲୋପ ଘଟିଲେ ଏକ ସୁସ୍ଥ, ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଡାହାଣୀ ନିର୍ଯ୍ୟାତନା ସଚେତନତା ଜିଲ୍ଲା ସ୍ତରୀୟ କର୍ମଶାଳା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ପୁରୁଣା ସମୟରେ ଶିକ୍ଷା ର ଅଭାବ, କୁସଂସ୍କାର,ଅନ୍ଧବିଶ୍ୱାସ ଓ ସନ୍ଦେହ କାରଣରୁ ଡାହାଣୀ ପ୍ରଥା ବ୍ୟାପକ ପରିବ୍ୟାପ୍ତ ହେଉଥିଲା।ଆଜିର ସମୟରେ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା, ସଚେତନତା ଓ ସଂସ୍କାରିତ ପଦକ୍ଷେପ ଯୋଗୁଁ ଏହା ହ୍ରାସ ପାଇଛି ସତ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଯୋଗ ଦେଇ ଡାହାଣୀ ପ୍ରଥା କୁ ସମାଜ ରୁ ଉଛେଦ ପାଇଁ ଆଇନଗତ ଅନେକ ବ୍ୟବସ୍ଥା ରହିଛି।ଏହା କୁ ସଠିକ ଭାବେ କାର୍ଯ୍ୟକାରିତା କରିବା ସହ ସମସ୍ତଙ୍କ ଉଦ୍ୟମ ରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ସେ ଆହ୍ୱାନ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଡାହାଣୀ, ଗୁଣିଆ, ଭୂତ,ପ୍ରେତ ଇତ୍ୟାଦି କାଳ୍ପନିକ ଚରିତ୍ର ଓ ଘଟଣା ଗୁଡିକ ସମାଜ ର ଅନେକ କ୍ଷତି ସାଧନ କରୁଛନ୍ତି।ଏହା ଶିକ୍ଷା ଓ ସଚେତନତା ର ଅଭାବ ଏବଂ କୁସଂସ୍କାର ଯୋଗୁଁ ଘଟୁଛି।ଏହି କଳଙ୍କିତ ପ୍ରଥାକୁ ସମାପ୍ତ କରିବା କ୍ଷେତ୍ରରେ ସମାଜର ପ୍ରତ୍ୟେକ ନାଗରିକ ଙ୍କ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏଡିପିଏଚ ଡା ଚନ୍ଦ୍ର କାନ୍ତି ଆଚାର୍ଯ୍ୟ, ଡିଏସପି ତିଳୋତ୍ତମା ରାଉତ, ସ୍ବେଚ୍ଛାସେବୀ ସଂଗଠନ ୱ୍ବାନ ଷ୍ଟପ ସେଣ୍ଟର, ବିଜୟା ପୁରୀ,ଓଡିଶା ପତିତ ଉଦ୍ଧାର ସମିତି ପୁରୀ,ଅଦ୍ବୀକା (ବାଳିକା) ପ୍ରମୁଖ ର କର୍ମକର୍ତ୍ତା ଯୋଗ ଦେଇ ଡାହାଣୀ ପ୍ରଥା ର କୁ- ପ୍ରଭାବ ଓ ନିରାକରଣ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ।ପରେ ମାଷ୍ଟର ଟ୍ରେନର ଏଲପିଓ ସନ୍ତୋଷ କୁମାର ସାହୁ, ଜେଜେବି ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ ପ୍ରମୁଖ ଡାହାଣୀ ପ୍ରଥା, ଏହାର କାରଣ,ଏହା ଦ୍ୱାରା ସମାଜ ଓ ବ୍ୟକ୍ତି ବିଶେଷ ଙ୍କ କ୍ଷତି ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ କାର୍ଯ୍ୟ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ସୁପରଭାଇଜର ବାଲ୍ୟବତୀ ମହାନ୍ତି,ଡିଏସପି ପାପନ କୁମାର ରାଉତ,ସମସ୍ତ ସିଡିପିଓ, ଡି.ପି .ସି ମିଶନ ଶକ୍ତି ସ୍ବାଗତିକା ପରିଡା, ଡିପିସି ମମତା ପ୍ରଣତି ମହାନ୍ତି, ହବ ଷ୍ଟାଫ,ବ୍ଲକ ଓ ଜିଲ୍ଲା ମହାସଂଘ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply