ନୟାଗଡ଼,ତା-୨୭.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବ୍ଲକ୍ ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରର ଶିଶୁଭଉଣୀମାନେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖଣ୍ଡପଡା ଉପକାରାଗାରକୁ ଯାଇ ଉପକାରାଗାର ପରିସରରେ ଥିବା ଅନ୍ତେବାସୀମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଓ ସେମାନଙ୍କ ସହିତ କିଛି ମୁହୂର୍ତ୍ତ ଅତିବାହିତ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର କୁନିକୁନି ଶିଶୁଙ୍କ ସହିତ ଅନୁଷ୍ଠାନର ଉତ୍ସବ ପ୍ରମୁଖ ସରୋଜିନୀ ମହାନ୍ତି ଏବଂ ଗୁରୁମା ରଂଜିତା ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମ

ସୁପରିଚାଳନାରେ ସହଯୋଗ କରିଥିଲେ । ଉପକାରାଗାରର ସମସ୍ତ କାର୍ଯ୍ୟକର୍ତ୍ତା ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ ଓ ଜେଲର ରଶ୍ମିପ୍ରଭା ରାୟ ସମସ୍ତ ଶିଶୁଙ୍କୁ ଚକୋଲେଟ ପ୍ରଦାନ କରିଥିଲେ। କାରାଗାରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ଓ ସଦିଚ୍ଛା ହେତୁ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଅନୁଷ୍ଠାନର ସମ୍ପାଦକ ସାଧୁବାଦ ଜଣାଇଥିଲେ।











