Home / ମୁଖ୍ୟ ଖବର / ଓମ୍ ଶାନ୍ତି ମୂଲ୍ୟ ଆଧାରିତ ନ୍ୟାୟ ହିଁ ଆଇନ ର ଆତ୍ମା

ଓମ୍ ଶାନ୍ତି ମୂଲ୍ୟ ଆଧାରିତ ନ୍ୟାୟ ହିଁ ଆଇନ ର ଆତ୍ମା

whatsapp image 2026 02 08 at 8.27.16 pm

ପୁରୀ/ତା 8/2/2026 ରିଖ – ବ୍ରହ୍ମା କୁମାରିସ ରାଜ ଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ମାଉଣ୍ଟ ଆବୁ ର ଜୁରିଷ୍ଟ ପ୍ରଭାଗ ଓ ବ୍ରହ୍ମା କୁମାରିସ୍ ପୁରୀ ଆନୁକୁଲ୍ୟ ରେ ” ମୂଲ୍ୟ ଆଧାରିତ ନ୍ୟାୟ ହିଁ ଆଇନ ର ଆତ୍ମା ” ଶୀର୍ଷକ ରାଷ୍ଟ୍ରୀୟ ଅଭିଯାନ ର ଶୁଭାରମ୍ଭ , ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ପୁରୀ ବଳିଆପଣ୍ଡା ସ୍ଥିତ ଈଶ୍ୱରୀୟ ରାଜ ଯୋଗ ସାଧନା କେନ୍ଦ୍ର ରେ ବରିଷ୍ଠ ନ୍ୟାୟବିତ୍ ମାନଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇ ଯାଇ ଅଛି ।

whatsapp image 2026 02 08 at 8.27.16 pm
whatsapp image 2026 02 08 at 8.27.16 pm


ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମଧ୍ୟପ୍ରଦେଶ ଇନ୍ଦୋର ହାଇ କୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଭଗବାନ ଦାସ ରାଠି କହିଲେ ଯେ ଯଦି କାନୁନ ର ଚାରି କାନ୍ଥ ଭିତରେ ଆବଦ୍ଧ ରହି, ବିନା ସମ୍ବେଦନ ଶୀଳତା, ସ୍ବାର୍ଥ ଓ ଶାସନ କୁ ନିଜ ଅକ୍ତିଆର ରେ ରଖିବା ପାଇଁ ନ୍ୟାୟ ପାଳିକା ତଥା ସେଥିରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ମାନେ କାର୍ଯ୍ୟ କରନ୍ତି ତେବେ ଏହା ସମାଜ ପାଇଁ ଅନ୍ୟାୟ ହୋଇଯିବ ।
ଆଇନଜ୍ଞ ଓ ନ୍ୟାୟବିତ ଉଭୟ ମୂଲ୍ୟ ଭିତ୍ତିକ ଦିବ୍ୟ ଗୁଣ ର ଅଧିକାରୀ ହେବା ଉଚିତ୍।ତାହେଲେ ସକାରାତ୍ମକ ନ୍ୟାୟ ପ୍ରଦାନ କରିବାରେ ସଫଳ କାମୀ ହୋଇ ପାରିବେ ।
ନ୍ୟାୟପାଳିକା ମଧ୍ୟ ରେ ସ୍ବାର୍ଥ ଭାବ, ଅହମ୍ ଭାବ ଓ ପକ୍ଷପାତ ନୀତି ପ୍ରବେଶ କଲେ ମାନବ ସମାଜ ର ଅବନତି ନିଶ୍ଚିତ । ସେଥିପାଇଁ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ ।
ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶା ହାଇ କୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଡି ପି ଚୌଧୁରୀ କହିଲେ ଯେ ମୂଲ୍ୟ ଆଧାରିତ ନ୍ୟାୟ ରାମାୟଣ ଓ ମହାଭାରତ ର ବିଭିନ୍ନ ଚରିତ୍ର ରେ ଦେଖିବାକୁ ମିଳିଥାଏ ।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ମୂଲ୍ୟ ଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ନିଜର ଧର୍ମ ପତ୍ନୀ ସୀତା ଙ୍କୁ ତ୍ୟାଗ କରିଥିବା ର ଦୃଷ୍ଟାନ୍ତ ଶୁଣିବାକୁ ମିଳେ ।
ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ଦର୍ଶନ, କାର୍ଯ୍ୟ ଶୈଳୀ, ସମୟୋପଯୋଗୀ ସେବା ଧର୍ମୀ ଯୋଜନା , ମୂଲ୍ୟ ଭିତ୍ତିକ ନ୍ୟାୟ ର ବାର୍ତ୍ତା ବହନ କରେ , ଯାହାକୁ ଅନୁକରଣ କରିବା ଉଚିତ ।
ଏହି ସମ୍ମିଳନୀ ରେ ବିଶିଷ୍ଟ ସମ୍ମାନ ନୀୟ ଅତିଥି ଭାବେ ପ୍ରାକ୍କ୍ତନ ଜିଲ୍ଲା ଦୌରା ଜଜ୍ ତଥା ସଂପ୍ରତି ପୁରୀ ପରମାନେଣ୍ଟ ଲୋକ ଅଦାଲତ ର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା, ସମ୍ମାନ ନୀୟ ଅତିଥି ଭାବେ ପୁରୀ ଜିଲ୍ଲା ବାର ଆସୋସିଏସନର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାନ୍ତି, ଜି .ଏମ. ଲ କଲେଜ୍ LLM ବିଭାଗ ର HOD Dr Lokanath Suar, ବ୍ରହ୍ମା କୁମାରିସ ଜୁରିଷ୍ଟ ପ୍ରଭାଗ ର ରାଷ୍ଟ୍ରୀୟ ସଂଯୋଜିକା ବି କେ ଲତା ଆର୍ ଅଗ୍ରୱାଲ, ପ୍ରଭାଗ ର ଅଧ୍ୟକ୍ଷା ରାଜ ଯୋଗିନୀ ବି କେ ପୁଷ୍ପା ଜି ମୂଲ୍ୟ ଆଧାରିତ ନ୍ୟାୟ ଉପରେ ନିଜ ନିଜର ସୁଚିନ୍ତିତ ଓ ବହୁ ତଥ୍ୟ ଆଧାରିତ ହୃଦୟ ସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଈଶ୍ୱରୀୟ ରାଜ ଯୋଗ ସାଧନା କେନ୍ଦ୍ର ର ନିର୍ଦ୍ଦେଶିକା ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ରାଜ ଯୋଗ ର ସୁଖଦ ଅନୁଭୂତି କରାଇ ଥିଲେ । ପ୍ରାରମ୍ଭ ରେ ପ୍ରଭାଗ ର ଅନ୍ୟତମ ରାଷ୍ଟ୍ରୀୟ ସଂଯୋଜକ ଡକ୍ଟର ବି କେ ନଥମଲ୍ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରାଇଥିଲେ ।
ଜୁରିଷ୍ଟ ୱିଙ୍ଗ ର ମୁଖ୍ୟାଳୟ ସଂଯୋଜିକା ବି କେ ଶ୍ରଦ୍ଧା ORC ର ସଂଯୋଜିକା ବି କେ ୟେଶୁ ମଞ୍ଚ ପରିଚାଳନା କରିଥିଲେ ।
ବି କେ ଶ୍ରଦ୍ଧା ଓ ବି କେ ରଶ୍ମିତା ପ୍ରାରମ୍ଭିକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ ।
ଏଥିରେ ସାରା ଭାରତ ରୁ ବହୁ
ଆଇନଜିବୀ ଓ ନ୍ୟାୟବିତ୍ ଯୋଗ ଦାନ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply