Home / ଆଧ୍ୟାତ୍ମିକ / ପବିତ୍ର ମହା ଶିବରାତ୍ରି ପାଇଁ ନୟାଗଡ ବ୍ଳକ୍ କେନ୍ଦୁଢିପିର ଶ୍ରୀ ଶ୍ରୀ ବାବା ଲୋକନାଥଙ୍କ ପୀଠ ଚଳ ଚଞ୍ଚଳ

ପବିତ୍ର ମହା ଶିବରାତ୍ରି ପାଇଁ ନୟାଗଡ ବ୍ଳକ୍ କେନ୍ଦୁଢିପିର ଶ୍ରୀ ଶ୍ରୀ ବାବା ଲୋକନାଥଙ୍କ ପୀଠ ଚଳ ଚଞ୍ଚଳ

170b13bc ad27 4226 8888 978031c22d0b

ନ଼ୟାଗଡ: ୨୬/୦୨/୨୦୨୫ – ଭାସ୍କର ଚନ୍ଦ୍ର ସ୍ୱାଇଁ – ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ମହା ଶିବ ରାତ୍ରି l ସଦାଶିବ ମହେଶ୍ୱର ଜ୍ୟୋତିର୍ଲିଙ୍ଗ ରୂପରେ ଅlବିର୍ଭୁତ ହୋଇ ଧରାବତରଣ କରିଥିଲେ ବୋଲି ଶିବ ପୁରାଣରେ ବର୍ଣ୍ଣିତ l ସାରା ରାତି ଉଜାଗରେ ଦୀପ ଜାଳି ଶିବ ଠାକୁରଙ୍କୁ ଆରାଧନା କଲେ ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି l ଏଥି ପାଇଁ ଓଡିଶାର ସର୍ବତ୍ର ଶିବାଳୟ ମାନଙ୍କରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି l ଚଳଚଞ୍ଚଳ ହୋଇ ଉଠିଛି ପ୍ରତିଟି ଶିବ ମନ୍ଦିର l ଏହି ପରିପ୍ରେକ୍ଷୀରେ ନୟାଗଡ ବ୍ଳକ୍ କେନ୍ଦୁଢିପି ଗ୍ରାମର ବାବା ଲୋକନାଥଙ୍କ ପୀଠରେ ଭକ୍ତଙ୍କ ସୁଅ ଛୁଟିଥିଲା l ସକାଳ ୬ଟାରୁ ମନ୍ଦିର ଖୋଲା ଯାଇ ଶ୍ରଦ୍ଧାଳୁ ମାନଙ୍କୁ ସାଧାରଣ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା l ଭକ୍ତ ମାନଙ୍କୁ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ଯିବା ଦେଖିବାକୁ ମିଳିଥିଲା l ଗାଁ ତରଫରୁ ଯେପରି ଶ୍ରଦ୍ଧାଳୁ ମାନେ ଶାନ୍ତି ଶୃଙ୍ଖଳା ର ସହ ପୂଜା – ଅର୍ଚ୍ଚନା କରି ଠାକୁର ଦର୍ଶନ କରିବେ ବିଶେଷ ଧ୍ୟ୍ୟlନ ଦିଆ ଯାଇଛି l ରାତ୍ର ୧୧ ଘଟିକାପରେ ମହାଦୀପ ଉଠିବା କ୍ଷଣି ଭକ୍ତ ମାନେ ପଣା ସାରିବା ଆରମ୍ଭ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY