Home / ମୁଖ୍ୟ ଖବର / ୨୬୯ ବୋତଲ ବିଦେଶୀ ମଦ (ମୋଟ ପ୍ରାୟ ୫୪ ଲିଟର) ଏବଂ ନଗଦ ଟଙ୍କା ୧ ,୧୫ ,000/- ଜବତ

୨୬୯ ବୋତଲ ବିଦେଶୀ ମଦ (ମୋଟ ପ୍ରାୟ ୫୪ ଲିଟର) ଏବଂ ନଗଦ ଟଙ୍କା ୧ ,୧୫ ,000/- ଜବତ

whatsapp image 2026 02 09 at 6.13.47 pm

ପୁରୀ :୧୦/୨/୨୦୨୬ – ପୋଲିସ ଦ୍ୱାରା ଅବୈଧ ମଦ ପରିବହନ ବିରୋଧରେ ଚାଲୁଥିବା କଠୋର ଅଭିଯାନ ରେ ବସେଳିସାହି ଥାନା ପୋଲିସର ସଫଳତା । ବିଶ୍ୱସନୀୟ ସୂଚନା ଆଧାରରେ ବସେଳିସାହି ଥାନା ପୋଲିସ ମଙ୍ଗଳାହାଟା ଛକ ନିକଟରେ ଚେକିଂ କରୁଥିବା ସମୟରେ ଅବୈଧ ଭାବେ ବିଦେଶୀ ମଦ ପରିବହନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ। ଧରାପଡ଼ିଥିବା ଅଭିଯୁକ୍ତ ହେଲେ କୁଶ ବାରାଳ (ବୟସ ୪୬ ବର୍ଷ), ପିତା- ସ୍ୱର୍ଗତ ମଙ୍ଗୁଳି ବାରାଳ, ଗ୍ରାମ- କଣ୍ଠପୁର, ଥାନା- ସଦର, ଜିଲ୍ଲା- ପୁରୀ। ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୬୯ ବୋତଲ ବିଦେଶୀ ମଦ (ମୋଟ ପ୍ରାୟ ୫୪ ଲିଟର) ଏବଂ ନଗଦ ଟଙ୍କା ୧ ,୧୫,000/- ଜବତ କରାଯାଇଛି। ପୋଲିସ ଏହାକୁ ଅବୈଧ ମଦ ପରିବହନ ସମ୍ପର୍କିତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମ୍ପର୍କରେ ବସେଳିସାହି ଥାନାରେ ସମ୍ପର୍କିତ ଧାରା ଅନୁଯାୟୀ ୪୨ /୨୦୨୬ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

ପୁରୀ ପୋଲିସ ଅବୈଧ ମଦ ବିକ୍ରୟ ଓ ପରିବହନ ଉପରେ କଠୋର ନଜର ରଖିଛି ଏବଂ ଆଗାମୀ ଦିନରେ ଏପରି ଅଭିଯାନ ଆହୁରି ଜୋରଦାର ଭାବରେ ଜାରି ରହିବ। ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ଜନସାଧାରଣଙ୍କୁ ଅନୁରୋଧ ଯଦି କେହି ଅବୈଧ ମଦ ବିକ୍ରୟ କିମ୍ବା ପରିବହନ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ତୁରନ୍ତ ଜଣାଇବାକୁ ପୁରୀ ପୋଲିସ ଅନୁରୋଧ କରୁଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply