Home / ମୁଖ୍ୟ ଖବର / ପୁରୀ  ଜିଲ୍ଲା କଂଗ୍ରେସ ଭାରତ ବନ୍ଦ ଡାକରା ଦାବିକୁ  ସମର୍ଥନ 

ପୁରୀ  ଜିଲ୍ଲା କଂଗ୍ରେସ ଭାରତ ବନ୍ଦ ଡାକରା ଦାବିକୁ  ସମର୍ଥନ 

whatsapp image 2026 02 11 at 7.51.36 pm

ପୁରୀ ଆଜି ତା୧୧/୦୨/୨୦୨୫ରିଖ ଆସନ୍ତାକାଲି ସକାଳ ଘ୬.୦୦ମି ରୁ ସଂଧ୍ୟା ଘ୬.୦୦ମି ଭାରତ ବନ୍ଦ ଡାକରା ଦେଇଥିବା କେନ୍ଦ୍ରୀୟ ମିଳିତ ଟ୍ରେଡ ୟୁନିଅନ ଦାବି ୪ଗୋଟି ଶ୍ରମ କୋର୍ଡ ପ୍ରତ୍ୟାହାର କରିବା ଦାବିକୁ ପୁରୀ ଜିଲ୍ଲା କଂଗ୍ରେସ ନିଜର ସମର୍ଥନ ଜଣାଇ ଆଜି ସ୍ଥାନୀୟ ଇନ୍ଦିରା ଭବନ, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୮ ଘଣ୍ଟା ବଦଳରେ ୧୦ ରୁ ୧୨ ଘଣ୍ଟା କାର୍ଯ୍ୟ ସମୟ, ମହିଳା ମାନଙ୍କୁ ରାତି ରେ ଡ୍ୟୃଟି ଦେବା ଭଳି ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦ ଡାକରା କୁ ଜିଲ୍ଲା କଂଗ୍ରେସ ପ୍ରତ୍ୟକ୍ଷ ଭାବେ ସମର୍ଥନ ପାଇଁ ଆଜି ନିଷ୍ପତ୍ତି ହୋଇଥିବା ବେଳେ ଅତ୍ୟାବଶ୍ୟକ ସୁବିଧା, ତଥା ଜରୁରୀକାଳୀନ ସେବା ରେ ଅବରୋଧ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ‌। ଆଜିର ପ୍ରସ୍ତୁତି ବୈଠକରେ ସୁଜିତ ମହାପାତ୍ର, ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ଅମରେନ୍ଦ୍ର ପାଇକରାୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଆର୍ତ୍ତତ୍ରାଣ ସାହୁ, ବିଦ୍ୟୃତଲତା ଆଚାର୍ଯ୍ୟ, ଚେତନ ମିଶ୍ର, ବିଶ୍ବରଂଜନ ମହାପାତ୍ର, ଆଦର୍ଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply