Home / ମୁଖ୍ୟ ଖବର / ବିପର୍ଯ୍ୟୟ ସମୟରେ ଲିଙ୍ଗଗତ ଏବଂ ସାମାଜିକ ଅନ୍ତର୍ଭୁକ୍ତିକୁ ମୁଖ୍ୟଧାରାରେ ପରିଣତ କରିବା

ବିପର୍ଯ୍ୟୟ ସମୟରେ ଲିଙ୍ଗଗତ ଏବଂ ସାମାଜିକ ଅନ୍ତର୍ଭୁକ୍ତିକୁ ମୁଖ୍ୟଧାରାରେ ପରିଣତ କରିବା

whatsapp image 2026 02 11 at 7.54.40 pm

ପୁରୀ ୧୧/୨ ବିପର୍ଯ୍ୟୟ ସମୟରେ କୌଣସି ପାତରଅନ୍ତର କରାଯିବା ଉଚିତ ନୁହେଁ।ତେଣୁ ବିପର୍ଯ୍ୟୟ ର ବହୁ ପୂର୍ବରୁ ଆମେ ଯୋଜନା ପ୍ରସ୍ତୁତ କରିବା, ବିଭିନ୍ନ ବର୍ଗ ପାଇଁ ତାଲିକା ପ୍ରସ୍ତୁତ କରିବା, ଉଦ୍ଧାର ଓ ଥଇଥାନ ପାଇଁ ଯୋଜନା ଅନୁସାରେ ରୂପରେଖ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋକପାତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟ ସମୟରେ ଲିଙ୍ଗଗତ ଏବଂ ସାମାଜିକ ଅନ୍ତର୍ଭୁକ୍ତିକୁ ମୁଖ୍ୟଧାରାରେ ପରିଣତ କରିବା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବିପର୍ଯ୍ୟୟ ପାଇଁ ଆମେ ତିନୋଟି ପର୍ଯ୍ୟାୟ କୁ ଗୁରୁତ୍ୱ ଦେଉ।

whatsapp image 2026 02 11 at 7.54.40 pm
whatsapp image 2026 02 11 at 7.54.40 pm

ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ ସମୟ କୁ ନେଇ ଯୋଜନା କରନ୍ତି।କିନ୍ତୁ ମାଇକ୍ରୋପ୍ଲାନରେ ପୁରୁଷ, ମହିଳା, ତୃତୀୟ ଲିଙ୍ଗ,ଶିଶୁ, ବୃଦ୍ଧ,ଦିବ୍ୟାଙ୍ଗ ଙ୍କ ତାଲିକା ପ୍ରସ୍ତୁତ, ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା, ସୁରକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଯୋଜନା ର ଆବଶ୍ୟକତା ରହିଛି ବୋଲି ସେ କହିବା ସହ ବିପର୍ଯ୍ୟୟ ପରିଚାଳନା ର ପରିବର୍ତ୍ତିତ ମାର୍ଗଦର୍ଶିକା ଆଧାର ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଜେଣ୍ଡର ବିଶେଷଜ୍ଞ ଆରଣ୍ୟକ ମିଶ୍ର ଆମ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବିଶ୍ବସ୍ତରୀୟ ଓ ଏହାକୁ ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ।ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ଏପରି କରିବା ଯେମିତି କ୍ଷତି ବହୁତ କମ ହେବ ବୋଲି ସେ କହିଥିଲେ।ପାଖରେ ଥିବା ପଦାର୍ଥ କୁ ଉପଯୋଗ କରି ଧନ ଜୀବନ ରକ୍ଷା,ସମ୍ଭାବ୍ୟ ବିପର୍ଯ୍ୟୟ ପ୍ରଭାବକୁ ବୁଝିବା ପାଇଁ ବିପଦ ଏବଂ ଦୁର୍ବଳତା ବିଶ୍ଳେଷଣ କରିବା।ସ୍ଥାନାନ୍ତର ଯୋଜନା ଏବଂ ଶିକ୍ଷା ସମେତ ଅନ୍ୟାନ୍ୟ ବ୍ୟବସ୍ଥା ଗୁଡିକ ର କ୍ଷମତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଆମେ କେବଳ ପ୍ରସୂତି ମା ମାନଙ୍କ ସୁରକ୍ଷା ପାଇଁ ଚିନ୍ତା କରନ୍ତି କିନ୍ତୁ ଗର୍ଭର ପ୍ରାରମ୍ଭିକ ପର୍ଯ୍ୟାୟ ବିବିଧ ସମସ୍ୟା ପାଇଁ ଏବେ ଚିନ୍ତା କରାଯାଉଛି।ସେହିପରି ବିପର୍ଯ୍ୟୟ ପରେ ପରେ ବାଲ୍ଯ ବିବାହ, ଡ୍ରପ ଆଉଟ, ମାନବ ଚାଲାଣ ଇତ୍ୟାଦି ବୃଦ୍ଧି ର ଆଶଙ୍କା ରହୁଥିବାରୁ ତାହା ପ୍ରତି ସତର୍କ ଓ ଯୋଜନା କରିବାକୁ ସେ ଆଲୋଚନା କରିଥିଲେ।ରାଜ୍ୟ ବିପର୍ଯ୍ୟୟ ପରିଚାଳନା ର ଜିଏମ ସୁବୋଧ ନାୟକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଅଧିକ କିଶୋରୀ, ମହିଳା ମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ବିବିଧ ତାଲିମ ପ୍ରଦାନ ସମ୍ପର୍କରେ ବ୍ୟବସ୍ଥା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ସମସ୍ତଙ୍କୁ ସ୍ବାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ, ଏଡିପିଏଚ ଡା ଚନ୍ଦ୍ର କାନ୍ତି ଆଚାର୍ଯ୍ୟ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ନିମାପଡା ବିଡ଼ିଓ ଡା ଅଭିଜିତ ଷଡ଼ଙ୍ଗୀ, ଗୋପ ବିଡ଼ିଓ ଛବିରାଣୀ ସାହୁ, କାକଟପୁର ବିଡ଼ିଓ ନାରାୟଣ ଦୀକ୍ଷିତ, ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲା ଜରୁରୀ ବିଭାଗର ଡିପିଓ ସୁକାନ୍ତ କୁମାର ଦାଶ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply