Home / ମୁଖ୍ୟ ଖବର / ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ-

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ-

whatsapp image 2026 02 11 at 7.57.12 pm

ପୁରୀ ୧୧/୨ ଶ୍ରୀଜୀଉ ମାନଙ୍କ ଦର୍ଶନ ପାଇଁ ସରକାର ପ୍ରଣୟନ କରିଛନ୍ତି ଜଗନ୍ନାଥ ଙ୍କ ଦର୍ଶନ ଯୋଜନା।ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଚଳିତ ମାସ ୧୩ ତାରିଖରେ ନବରଙ୍ଗପୁର ଠାରୁ ଏହି ଯୋଜନା ର ଶୁଭାରମ୍ଭ କରିବେ।୫୦୦ ଶ୍ରଦ୍ଧାଳୁ ପୁରୀ ରେ ପହଞ୍ଚି ମହାପ୍ରଭୁ ଙ୍କୁ ଦର୍ଶନ କରିବେ।ଶ୍ରଦ୍ଧାଳୁ ମାନେ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳା ର ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲା ରୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ସହ ଯେପରି ଏକ ସୁଖଦ ଅନୁଭବ ନେଇ ଯିବେ ସେଥିପାଇଁ ସମସ୍ତ ବିଭାଗ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଏହା ଏକ

whatsapp image 2026 02 11 at 7.57.24 pm
whatsapp image 2026 02 11 at 7.57.24 pm

ଆଧ୍ୟାତ୍ମିକ ଓ ଧାର୍ମିକ ଯୋଜନା ଅନ୍ତର୍ଗତ ହୋଇ ଥିବାରୁ ସେବା ମନୋଭାବ ନେଇ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ବାଇଁ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୦୦ ଶ୍ରଦ୍ଧାଳୁ ଆସିବେ, ୧୩ ତାରିଖ ସଂଧ୍ୟାରେ ପ୍ରାୟ ୨୦୦ ଜଣ ଓ ଅବଶିଷ୍ଟ ୧୪ ତାରିଖ ସକାଳୁ ପହଞ୍ଚିବେ ବୋଲି କହିଥିଲେ।୬୦ ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନା ରେ ସାମିଲ ହୋଇ ପାରିବେ ଓ ସଂପୃକ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପୁରୀ ପ୍ରଶାସନ କୁ ଦେବେ। ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନ ର ବ୍ୟବସ୍ଥା କରାଇବେ।ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସେ କହିଥିଲେ।ଶ୍ରଦ୍ଧାଳୁ ମାନେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରହଣୀ ପାଇଁ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା,ଶ୍ରଦ୍ଧାଳୁ ଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା, ସହାୟତା ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା, ଯାତାୟାତ ପାଇଁ ସ୍ଥାନୀୟ ପରିବହନ ବ୍ୟବସ୍ଥା, ଦର୍ଶନ ସୁବିଧା, ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା, ଗାଡି ପାର୍କିଂ ବ୍ୟବସ୍ଥା, ଫଟୋ ଭିଡିଓ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ କାର୍ଯ୍ୟ ସମ୍ପାଦନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, କମାଣ୍ଡାଣ୍ଟ ତାପସ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ,ଅତିରିକ୍ତ ଏସ ପି ଦେବୀ ପ୍ରସାଦ ପ୍ରତାପ, ପର୍ଯ୍ୟଟନ ଉପ ସଚିବ ମନୋଜ କୁମାର ବେହେରା, ଡେପୁଟି ଉନ୍ନୟନ ପ୍ରଶାସକ ରଞ୍ଜନ କୁମାର ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply