ପିପିଲି: ତା ୧୧/୨/୨୦୨୬ – ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିଷରରେ ଉତ୍ସାହରସହ ପାଳିତ ହୋଇଯାଇଛି ସ୍କୁଲର ଆଷ୍ଟାଦଶତମ ପ୍ରତିଷ୍ଠା ଦିବସ ଏବଂ ତୃତୀୟ ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ।
ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସିମିତା ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଗୋବେଲ ଅଲମ୍ପିଆଡ୍ ଫାଉଣ୍ଡେସନ ଲିମିଟେଡର ଓଡ଼ିଶା ପ୍ରମୁଖ ଶ୍ରୀ ଦେବବ୍ରତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଦୀପ ପ୍ରଜ୍ଵଳନ ପରେ ଛାତ୍ରଛାତ୍ରୀମାନେ ସ୍ବାଗତମ୍ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ଅଭ୍ୟର୍ଥନା କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ଟେଜ୍ ଉପରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଥିଲେ। ଅଭିଭାବକ ଓ ପିଲାମାନଙ୍କୁ ଆନନ୍ଦ ଦେବା ପାଇଁ ଏହା ବିଦ୍ୟାଳୟର ଏକ ଅଭିନବ ପ୍ରୟାସ ଥିଲା।
ଏହି ଉତ୍ସବରେ ଅନ୍ୟ ଆକର୍ଷଣ ଥିଲା ୩ୟ ୟ ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ। ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନେ ନିଜ ଘରୁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣିବା ସହ ନିଜର କଳା କୌଶଳ ମାଧ୍ୟମରେ ନିଜର ଷ୍ଟଲ କୁ ସଜାଇଥିଲେ। ଏହି ଉତ୍ସବରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ଏବଂ ସେମାନଙ୍କୁ ସହଯୋଗ କରିଥିଲେ ଉପ ଅଧକ୍ଷ୍ୟା ଆଭାରାଣୀ ପଣ୍ଡା ଏବଂ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ପ୍ରଦର୍ଶନୀର ଷ୍ଟଲ ଉଦ୍ଘାଟନ ହେବା ପରେ, ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ, ଷ୍ଟଲବୁଲି ଦେଖିବା ସହ ନିଜ ପସନ୍ଦ ମୁତାବବକ ବ୍ୟଞ୍ଜନ ପିଲାମାନଙ୍କ ଠାରୁ କିଣି ଖାଇଥିଲେ ଏବଂ ପିଲା ମାନଙ୍କୁ ସୁସ୍ବାଦୁ ଖାଦ୍ଯ ପାଇଁ କିଛି ଟିପ୍ସ ମଧ୍ୟ ଦେଇଥିଲେ। ଏଥିରେ ପିଲା ମାନଙ୍କର ଉତ୍ସାହ ଦ୍ଵିଗୁଣିତ ହୋଇ ଯାଇଥିଲା। ଅଭିଭାକ ତଥା ପିଲା ମାନଙ୍କ ମଧ୍ୟରେ ଏକ ବିଶେଷ ଖୁସି ଦେଖିବାକୁ ମିଳିଥିଲା ।

ଏହି ଉତ୍ସବରେ ଗୋଏଲ ପରୀକ୍ଷାର ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ, ଗୋଏଲ ତରଫରୁ ପୁରସ୍କୃତ କରାଯାଇଥିଲା । ତା ସହିତ ନିଜର କର୍ତବ୍ୟ ନିଷ୍ଠା,ଓ ପରିଶ୍ରମ ଦ୍ବାରା ସ୍କୁଲକୁ ଶିଖରରେ ପହଞ୍ଚାଇବା ପାଇଁ ଉପ ଅଧକ୍ଷ୍ୟା ଆଭାରାଣୀ ପଣ୍ଡା ଏବଂ ଅଧ୍ୟକ୍ଷା ଶ୍ରୀମତୀ ସିମିତା ତ୍ରିପାଠୀ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ମିଶ୍ରଙ୍କୁ ଗୋଏଲ ଦ୍ବାରା ସମାନୀତ କରାଯାଇଥିଲା ।

ପିଲା ମାନଙ୍କ ମଧ୍ୟରେ ଉତ୍ସାହ ତଥା ଭାଇଚାରା ବଢାଇବା ଏବଂ ସମସ୍ତ ପ୍ରକାର ପରିସ୍ଥିତିରେ ନିଜକୁ ତିଆରି କରି ରୋଜଗାରକ୍ଷମ ହେବା ଥିଲା ଏହି ବ୍ୟଞ୍ଜନ ପ୍ରଦର୍ଶନୀ ଉତ୍ସବ ର ଉଦେଶ୍ୟ ବୋଲି ଶ୍ରୀ ଅଜୟ କୁମାର ମିଶ୍ର ମତ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପିଲାମାନଙ୍କ ଉତ୍ସାହ ଦେଖି ଅଭିଭାବକ ମାନେ ଖୁସି ବ୍ୟକ୍ତ କରିବା ସହ, ସ୍କୁଲର ଏଭଳି ପ୍ରୟାସ କୁ ସ୍ବାଗତ ଜଣାଇଛନ୍ତି।











