ପୁରୀ: ୧୩/୨/୨୦୨୬ – ମୋଦୀ ସରକାର ଙ୍କ ଶ୍ରମିକ ବିରୋଧି ଚାରି ଶ୍ରମ କୋଡ ପ୍ରତ୍ୟାହାର, ବିହନ ବିଲ୍ ଓ ବିଦ୍ୟୁତ ବିଲ୍2025 ବାତିଲ, ଚାଷୀ ଫସଲ ର MSP ର ଗ୍ୟାରେଣ୍ଟି, ରାଷ୍ଟ୍ରାୟତ ଉଦ୍ୟୋଗ ଓ ବ୍ୟାଙ୍କ୍, ବୀମା, ଡାକ ତାର,ବନ୍ଦର, ରେଳ ରେ ମୋଦୀ ସରକାର ଆମ ଅଂଶ ଧନ କୁ କର୍ପୋରେଟ ହାତକୁ ନ ଦେବା, ଦର ଦାମ ନିୟନ୍ତ୍ରଣ, ମନରେଗା ଆଇନ ପୁନଃ ସଂସ୍ଥାପନ, ମାସିକ ମଜୁରୀ 26000ଟଙ୍କା, ସ୍କିମ୍ ୱାର୍କର ଙ୍କୁ ଶ୍ରମିକ ମାନ୍ୟତା, ଠିକା ପ୍ରଥା ଲୋପ, ବେକାରୀ

ନିଯୁକ୍ତି ଆମେରିକା ସହ ବାଣିଜ୍ୟିକ ଚୁକ୍ତି ବାତିଲ,ଦାବୀ ରେ କେନ୍ଦ୍ରୀୟ ଟ୍ରେଡ ଉନିଅନ୍ ଓ କୃଷକ ସଂଗଠନ ମାନଂକ ଡାକରା କୁ ରାଜନୈତିକ ଦଳ ଙ୍କ ସମର୍ଥନ ଦ୍ୱାରା ଆଜି ଶ୍ରମିକମାନଙ୍କ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ବଡ଼ ଦାଣ୍ଡ ଦେଇ କଚେରୀ ଛକ ରେ ରାସ୍ତାରୋକ ସହ ସମସ୍ତ ଅଫିସ ବନ୍ଦ କରାଯାଇଥିଲା। । ଏଥିରେ CITU ଜିଲ୍ଲା ସଂପାଦକ ଶରତ କୁମାର ରାୟଗୁରୁ,ଜଗନ୍ନାଥ ଦେଓ,AITUC ର ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ପ୍ରଦିପ୍ତ ମହାନ୍ତି,,AIFTU ମୋହନ୍ ନାଇଡ଼ୁ, ଓ ସୁରେନ୍ଦ୍ର ଜେନା,ମନୋରଞ୍ଜନ ମହାରଣା, ସୁଜାତା ବିଶ୍ୱାସ, ଟୁନା ନାୟକ, ପ୍ରମୋଦ ଜେନା, କାମିନୀ ନାୟକ, ଜ୍ୟୋସ୍ନା ସୁବୁଦ୍ଧି, କୃପାସିନ୍ଧୁ ପଣ୍ଡା, ଦାଶରଥି ସାହୁ, ବିଭୂତି ରାଉତରାୟ, ଦେବ ସାହୁ ଲୋକନାଥ ନାୟକ, ସୁନିଲ ମହାରଣା, ମନୋଜ ବାରିକ, ଯୋଗ ଦେଇ ମୋଦୀ ସରକାର ର ଜନ ବିରୋଧି, ଶ୍ରମିକ ବିରୋଧି, ନୀତି ପ୍ରତ୍ୟାହର ପାଇଁ ଦାବୀ କରିଥିଲେ।











