Home / ମୁଖ୍ୟ ଖବର / ହିନ୍ଦୁବୀର ଛତ୍ରପତି ଶିବାଜୀ ମହାରାଜ ଙ୍କ ଜୟନ୍ତୀ

ହିନ୍ଦୁବୀର ଛତ୍ରପତି ଶିବାଜୀ ମହାରାଜ ଙ୍କ ଜୟନ୍ତୀ

whatsapp image 2026 02 20 at 1.36.27 am

ପୁରୀ: ୧୯/୨/୨୦୨୬ – ଭାରତ ରେ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର ସମେତ ବିଭିନ୍ନ ଅପରାଧିକ ଓ ଅସାମାଜିକ କାର୍ଯ୍ୟରେ ଜଡ଼ିତ ଥିବା ଏବଂ ଦେଶର ସାମାଜିକ ଓ ରାଜନୈତିକ ସନ୍ତୁଳନ ରେ କ୍ଷତି ଘଟାଉଥିବା ରୋହିଙ୍ଗ୍ୟା ଓ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଙ୍କୁ ଦେଶରୁ ହଟାଯିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ଥିବା ସର୍ବଭାରତୀୟ ସଂଗଠନ ର ପୁରୀଜିଲ୍ଲା ଶାଖା ପକ୍ଷରୁ ହିନ୍ଦୁବୀର ଛତ୍ରପତି ଶିବାଜୀ ମହାରାଜ ଙ୍କ ଜୟନ୍ତୀ କୁ ଏକ ଉତ୍ସବ ଭାବେ ପାଳନ କରାଯାଇଛି। ଗୁରୁବାର ଅପରାହ୍ନ ରେ ସ୍ଥାନୀୟ ଗୋଏଙ୍କା ଧର୍ମଶାଳା ପରିସରରେ ଆୟୋଜିତ ଉତ୍ସବ କୁ ମଞ୍ଚର ଜିଲ୍ଲା ସଭାପତି ନାରାୟଣ ଦାଶ ଓ ଉତ୍ସବ ର ମୁଖ୍ୟବକ୍ତା

image
image

ରାଜ୍ୟ ସଂଗଠନ ସଂପାଦକ ମନୋଜ ଆଚାର୍ଯ୍ୟ ମିଳିତ ଭାବେ ଭାରତମାତା ଓ ଛତ୍ରପତି ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସମୟରେ ପଣ୍ଡିତ ଜଗନ୍ନାଥ ଷଡ଼ଙ୍ଗୀ ବୈଦିକ ମଙ୍ଗଳାଚରଣ ଆବୃତ୍ତି କରିଥିଲେ। ପ୍ରାରମ୍ଭରେ ମଞ୍ଚଗୀତ ଓ ଯୋଜନାଅନୁଯାୟୀ ସାମୂହିକ ଶ୍ରୀ ହନୁମାନ ଚାଳିଶା ଆବୃତ୍ତି କରାଯାଇଥିଲା। ପରେପରେ ବରିଷ୍ଠ ରାଷ୍ଟ୍ରବାଦୀ ସ୍ତମ୍ଭକାର ତଥା କବି ସୁବାସଚନ୍ଦ୍ର ମିଶ୍ର, ସୁରେଶଚନ୍ଦ୍ର ମିଶ୍ର, ଭବାନୀ ମିଶ୍ର, ହରିଶ୍ଚନ୍ଦ୍ର ନାୟକ, ସାମାଜିକ କର୍ମୀ ସ୍ବାଧୀନ କୁମାର ପଣ୍ଡା, ବରିଷ୍ଠ ସେବକ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ଅଖିଳ ଭାରତ ହିନ୍ଦୁ ମହାସଭା ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଲାଲା ଅନନ୍ତ ନାରାୟଣ ସିଂ ଙ୍କ ସମେତ ଅନେକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା କବିତା ଓ ବକ୍ତବ୍ୟ ମାଧ୍ୟମରେ ଛତ୍ରପତି ଶିବାଜୀ ମହାରାଜ ଙ୍କ ଜୀବନଗାଥା ସମେତ ଭାରତର ସାଂପ୍ରତିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସାମାଜିକ କର୍ମୀ ସିଦ୍ଧାର୍ଥ ରାୟ ନିଜର ବକ୍ତବ୍ୟ ରେ ପୁରୀସହରରେ ମଞ୍ଚ ଉଦ୍ୟମରେ ଶିବାଜୀ ମହାରାଜ ଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମା ଏବଂ ଧର୍ମ ପାଇଁ ତ୍ୟାଗର ଅନନ୍ୟ ପ୍ରତୀକ ଶିଖଗୁରୁ ତେଗ ବାହାଦୁର ଙ୍କର ଏକ ସ୍ମାରକୀ ସ୍ଥାପନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ନିଜନିଜର ବକ୍ତବ୍ୟରେ ସଭାପତି ଶ୍ରୀଦାଶ ଓ ମୁଖ୍ୟବକ୍ତା ଶ୍ରୀ ଆଚାର୍ଯ୍ୟ ମଞ୍ଚ ର ସଂଗଠନ କୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତଙ୍କର ଉଦ୍ୟମ କାମନା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ମଞ୍ଚର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସଚିନନ୍ଦନ ଦାସ ସଂଯୋଜନା କରିଥିବା ବେଳେ ଶେଷରେ କବିତା ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସହରର ଶତାଧିକ ରାଷ୍ଟ୍ରବାଦୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply