Home / ମୁଖ୍ୟ ଖବର / ୧୪୧ କୁଣ୍ଡୀୟ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞର ଭବ୍ୟ ସମାପନ — ପୂର୍ଣ୍ଣାହୁତିରେ ୮୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ

୧୪୧ କୁଣ୍ଡୀୟ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞର ଭବ୍ୟ ସମାପନ — ପୂର୍ଣ୍ଣାହୁତିରେ ୮୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ

portalnewsthumbnail

ପିପିଲି, ୨୨/୨/୨୦୨୬ (ନି.ପ୍ର): ପିପିଲି ଦାଣ୍ଡମୁକୁନ୍ଦପୁର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀଙ୍କ ପୀଠରେ ଆୟୋଜିତ ବୃହତ ୧୪୧ କୁଣ୍ଡୀୟ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞ ଗତ ୨୧-୨-୨୦୨୬ ତାରିଖରେ ଭବ୍ୟ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି ଦିବସରେ ପ୍ରାୟ ୮୦ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

image

ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞରେ ପ୍ରତିଦିନ ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତ ମା’ ବଗଳାମୁଖୀଙ୍କ ଦର୍ଶନ କରିବା ସହ ଯଜ୍ଞବେଦୀ ପରିକ୍ରମା କରିଥିଲେ। ଓଡ଼ିଶା ସହିତ ଅନ୍ୟ ୪ଟି ରାଜ୍ୟରୁ ଆସିଥିବା ୬୭୦ ଜଣ ବୈଦିକ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା। ୧୪୧ଟି ଯଜ୍ଞବେଦୀରେ ସୂର୍ଯ୍ୟପୂଜା, ଗୋପୂଜା, ରୁଦ୍ରାଭିଷେକ, ସହସ୍ର ଚଣ୍ଡୀପାଠ, ସହସ୍ର ଗୀତାପାଠ, ସହସ୍ର ଶ୍ରୀସୁକ୍ତ ପାଠ ଓ ଅନ୍ୟାନ୍ୟ ବେଦିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

image

ପୂର୍ଣ୍ଣାହୁତି ଦିବସରେ ଦାଣ୍ଡମୁକୁନ୍ଦପୁର ସ୍ଥିତ ପ୍ରଭୁ ଗୋପାଳଙ୍କ ମନ୍ଦିରରୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଯଜ୍ଞସ୍ଥଳରେ ପହଞ୍ଚିଥିଲା। ଶୋଭାଯାତ୍ରାଟି ଯଜ୍ଞସ୍ଥଳ ପରିକ୍ରମା କରିବା ପରେ ପୂର୍ଣ୍ଣାହୁତି ପର୍ବ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗହଣ ଦଳର ରାଜା ଶ୍ରୀଯୁକ୍ତ ନରସିଂହ ଦେବଙ୍କୁ ବାଜା, ବାଣ ସହିତ ବିରାଟ ପଟୁଆରରେ ସଂଗଠନର ୧୬ ମଣ୍ଡଳର ସଦସ୍ୟ ମାନେ ଗୋପାଳ ମନ୍ଦିର ଠାରୁ ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ରାଜା ଶ୍ରୀଯୁକ୍ତ ନରସିଂହ ଦେବ ଶୋଭାଯାତ୍ରାରେ ଯୋଗଦେଇ ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ।

image

ରାଜ୍ୟର କୋଣ ଅନୁକୋଣ ରୁ ହଜାରହଜାର ଭକ୍ତଙ୍କ ଉପସ୍ଥିତିରେ ମହାଯଜ୍ଞର ସମାପନ ଭବ୍ୟ ଓ ଶାନ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା। ରାଜ୍ୟର କୋଣ ଅନୁକୋଣ ରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ସାଧୁ, ସନ୍ଥ, ସେବାୟତ, ରାଜନେତା ମାନେ ଯୋଗଦାନ କରିବା ସହିତ ମହାଯଜ୍ଞରେ ପୂର୍ଣ୍ଣାହୁତି ଏବଂ ପୁଷ୍ପାଞ୍ଜଳି ଦେବା ସହ ମା ବଗଳାମୁଖୀ ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଯଜ୍ଞସ୍ଥଳର ଆକର୍ଷଣୀୟ ସାଜସଜ୍ଜା ସହ ବ୍ରାହ୍ମଣମାନଙ୍କ ବେଦପାଠ ଓ ମନ୍ତ୍ରଧ୍ୱନିରେ ସମଗ୍ର ପୀଠ ପ୍ରକମ୍ପିତ ହୋଇଉଠିଥିଲା। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ୧୪୧ କୁଣ୍ଡୀୟ ମହାଯଜ୍ଞର ଦର୍ଶନ କରିଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମୁଖରେ ଶୁଣିବାକୁ ମିଳୁଥିଲା ଗୋଟିଏ କଥା – “ମା ବାଗଳାଙ୍କ ପୀଠରେ ଶ୍ରୀଯୁକ୍ତ ଦେବାଶିଷ ନନ୍ଦଙ୍କ ଦ୍ୱାରା ଆୟୋଜିତ ଏହି ମହାଯଜ୍ଞ ନୂଆ ଇତିହାସ ସୃଷ୍ଟି କରିଛି”। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ୧୪୧ କୁଣ୍ଡୀୟ ମହାଯଜ୍ଞର ଦର୍ଶନ କରିଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମୁଖରେ ଶୁଣିବାକୁ ମିଳୁଥିଲା ଗୋଟିଏ କଥା – “ମା ବାଗଳାଙ୍କ ପୀଠରେ ଶ୍ରୀଯୁକ୍ତ ଦେବାଶିଷ ନନ୍ଦଙ୍କ ଦ୍ୱାରା ଆୟୋଜିତ ଏହି ମହାଯଜ୍ଞ ନୂଆ ଇତିହାସ ସୃଷ୍ଟି କରିଛି”।

image

ଯଜ୍ଞସ୍ଥଳରେ ସୋଲ ଓ ବାଉଁଶରେ ନିର୍ମିତ ପ୍ରାୟ ୮୦ ଫୁଟ୍ ଉଚ୍ଚ ଶ୍ରୀଜଗନ୍ନାଥ ମନ୍ଦିର ଆକୃତି ଓ ଚତୁର୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିରହିଥିଲା। ପ୍ରସାଦ ମଣ୍ଡପରେ ପ୍ରତିଦିନ ପ୍ରାୟ ୨୦ ହଜାର ଭକ୍ତଙ୍କ ପାଇଁ ନିଃଶୁଳ୍କ ପ୍ରସାଦ ବିତରଣ କରାଯାଇଥିଲା।

image

ମା ବଗଳାମୁଖୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପିପିଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇଥିବା ବେଳେ ତାଙ୍କ ସହିତ ଅଞ୍ଚଳର ସମାଜ ସେବୀ, ଶିକ୍ଷାବିତ୍, ପଣ୍ଡିତ, ସନ୍ଥ ମାନେ ମଞ୍ଚରେ ଉପସ୍ଥିତ ଥିଲେ , ବ୍ରାହ୍ମଣ ମାନଙ୍କର ବେଦ ଧ୍ଵନି ରୁ ଶୁଭାରମ୍ଭ ପରେ ଅନୁଷ୍ଠାନର ପୁରୋଧା ଶ୍ରୀଯୁକ୍ତ ଦେବାଶିଷ ନନ୍ଦ ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ସହିତ “ଦଶମହାବିଦ୍ୟା ମା ବଗଳାମୁଖୀ”

image

ସମ୍ମାନରେ ସମ୍ମାନୀତ କରିଥିଲେ। ମହାଯଜ୍ଞାର ସଫଳତା ପାଇଁ ସମସ୍ତ ବ୍ରାହ୍ମଣ, ଗ୍ରାମବାସୀ, ଶ୍ରଦ୍ଧାଳୁ, ପ୍ରଶାସନିକ ଅଧିକାରୀ ଏବଂ ସହଯୋଗୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ ସହିତ ଆସନ୍ତା ବର୍ଷ ମହାଯଜ୍ଞକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୁରୀ ଗଜପତିଙ୍କୁ ନିମନ୍ତ୍ରଣ କରାଯିବା ସହିତ ଦାଣ୍ଡମୁକୁନ୍ଦ ପୁରର ଅଧାଗଢ଼ା ଗୋପାଳ ମନ୍ଦିର କିପରି ନିର୍ମାଣ କରାଯିବାକୁ ଆହ୍ବାନ ଦେଇଥିଲେ ଶ୍ରୀଯୁକ୍ତ ନନ୍ଦ।

image

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମେ ପୁରୀ ଶ୍ୟାମ ଏକାଡେମୀର କଳାକାରମାନେ ଆକର୍ଷଣୀୟ ମଲଖମ୍ବ ପ୍ରଦର୍ଶନ କରିଥିଲେ। ପରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ଦଳ ମଧୁର ଗୀତ ଓ ନୃତ୍ୟ ସଙ୍ଗୀତରେ ଡେରି ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ। ଭକ୍ତମାନେ ପ୍ରସାଦ ସେବନ କରି ସୁନ୍ଦର ଅନୁଭୂତି ନେଇ ଫେରିଥିଲେ। ଭକ୍ତ ମାନଙ୍କ ମଧ୍ୟରେ ମାଙ୍କ ପ୍ରତି ଏକ ବିଶେଷ ଭକ୍ତି ଓ ଆକର୍ଷଣ ଦେଖିବାକୁ ମିଳିଥିଲା ।

image

ସମଗ୍ର ଅନୁଷ୍ଠାନ, ମାନବ ଓ ଗୋମାତାଙ୍କ ମଙ୍ଗଳ, ଶାନ୍ତି ଓ ସମୃଦ୍ଧି କାମନାରେ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗରେ ଏହା ସଫଳ ଭାବେ ପରିଚାଳିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply