Home / ସାମାଜିକ / ବ୍ଲକ ଶିକ୍ଷା ବିଭାଗ ସମ୍ମୁଖରେ ପାଚିକା ସଙ୍ଘର ବିକ୍ଷୋଭ

ବ୍ଲକ ଶିକ୍ଷା ବିଭାଗ ସମ୍ମୁଖରେ ପାଚିକା ସଙ୍ଘର ବିକ୍ଷୋଭ

prachika

କାକଟପୁର ୨/୩ (ତୁଷାର ଦୀକ୍ଷିତ )ପାରିଶ୍ରମିକ ବୃଦ୍ଧି ଦାବିରେ କାକଟପୁର ବ୍ଲକ ଶ।ଖା ମଧ୍ୟ।ହ୍ନ ଭୋଜନ ପାଚିକା ସଙ୍ଘ (ସି ଆଇ ଟିୟୁ)ପକ୍ଷରୁ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରତିବାଦ ସଭ। କରାଯାଇଛି । ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ପଙ୍କଜିନି ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ପୁରୀଜିଲ୍ଲା ପାଚିକା ସଙ୍ଘର ସଭାପତି ପୀତବାସ ବେହେରା ବ୍ଲକ ସଭାପତି ବ।ସନ୍ତି ବେହେରା ସମ୍ପାଦିକା ଶୁଭଲକ୍ଷ୍ମୀ ସାହୁ, ରାଜ୍ୟ ନେତ୍ରୀ ବାସନ୍ତୀ ଲତା ବେହେରା,ଙ୍କ ନେତୃତ୍ୱରେ କାକଟପୁର ଡାକ୍ତରଖାନା ଛକ ଠାରୁ ଶତାଧିକ ପାଚିକା ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରୀ ଚାକିରୀଆଙ୍କ ଦରମା ଓ ଭତ୍ତା ଆଦି ବୃଦ୍ଧି କରୁଥିବାବେଳେ ପାଚିକାଙ୍କ ଦରମା ମାତ୍ର ୬୦୦ଟଙ୍କା ବୃଦ୍ଧି ହୋଇ ୨ହଜାରରେ ପହଁଚିଛି । କେନ୍ଦ୍ରଓ ରାଜ୍ୟ ଉଭୟସରକାରଙ୍କର ଯୋଜନା ହୋଇଥିବା ବେଳେ କେନ୍ଦ୍ର କି ରାଜ୍ୟ ସରକାର ପାଚିକାମାନଙ୍କର ଦାବି କଥା ବୁଝିଲେନାହିଁ ।ମାସିକ ୨ହଜାରଟଙ୍କା ଦରମାରେ କେମିତି ଚଳିବୁ ବୋଲି ପାଚିକା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପାଚିକାଙ୍କ ପାଇଁ ପେନସନର ବ୍ୟବସ୍ତା ନାହିଁ ।ଆୟୋଜିତ ଏହି ବିକ୍ଷୋଭରେ ସଭ।ନେତ୍ରୀ ଟିକିନା ପାଲ , ଶିସୁଳା ସାହୁ, ସୁଲଚନା ଦାଶ , ମିନତୀ ସାହୁ ରୋଜାଲିନି ଗୁରୁ, ଗୀତାଞ୍ଜଳି କାଣ୍ଡି, ଗେଲି ପରିଡ଼ା, ସବିତା ସାହୁ, ଶାନ୍ତିଲତା ବାରୀକ, ପ୍ରଭାତୀ ନଦିନୀ ଦାସ, ବିନତି କାଣ୍ଡି, ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ କର୍ମକର୍ତା ଓ ପାଚିକା ଉପସ୍ଥିତ ଥିଲେ । କାକଟପୁର, ଅସ୍ତରଙ୍ଗ ବ୍ଲକ ର ଶତାଧିକ ପାଚିକା କର୍ମୀ ଏହି ବିକ୍ଷୋଭ ରେ ଯୋଗଦେଇଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply