Home / ମୁଖ୍ୟ ଖବର / ବିଶିଷ୍ଟ ସମାଜ ସେଵୀ ତଥା ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ

ବିଶିଷ୍ଟ ସମାଜ ସେଵୀ ତଥା ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ

whatsapp image 2026 02 24 at 6.34.56 pm

କାକଟପୁର ୨୪/୨/୨୦୨୬ ( ତୁଷାର ଦୀକ୍ଷିତ ) କାକଟପୁର ଅଧିନସ୍ଥ ଓଳଙ୍ଗର ଗ୍ରାମର ବିଶିଷ୍ଟ ସମାଜ ସେଵୀ ତଥା ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ପ୍ରସନ୍ନ କୁମାର ସ୍ୱାଇଁଙ୍କ (82) ବର୍ଷ ବୟସରେ ପରଲୋକ ହୋଇଯାଇଛି , ସ୍ବର୍ଗତ ସ୍ୱାଇଁ ତାଙ୍କ ଶିକ୍ଷକତା ଜୀବନ ରୁ ଅବସର ଗ୍ରହଣ କରିବା ପରେ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜ ସେବା କ୍ଷେତ୍ରରେ ଉଲେଖନିୟ ପ୍ରଶଂସା ସାଉଁଟି ଥିଲେ, କାକଟପୁର ଅଧିନସ୍ତ ରସୁଲପୁର ଓ ବିକାଶ ନଗର ଉପ୍ରା ବିଦ୍ୟାଳୟ ରେ ଶିକ୍ଷକତା କରି ବହୁ ଛାତ୍ର ଛାତ୍ରୀ ଙ୍କୁ ମାନବ ଜୀବନ ର ଶୃଙ୍ଖଳା ବିଷୟରେ ଅବଗତ କରାଇଥିଲେ, ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଏକ ମାତ୍ର ପୁତ୍ର ଲୁଟୁ, ପୁତ୍ର ବଧୂ, ବିଧବା ପତ୍ନୀ ଉପସ୍ଥିତ ଥିଲେ, ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ଶିକ୍ଷବିତ ଶରତ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ସୌମ୍ୟ କାନ୍ତ ଖୁଣ୍ଟିଆ, ସମାଜ ସେଵୀ ଜ୍ଞାନ ରଞ୍ଜନ ସାହୂ, ପ୍ରେସ କ୍ଳବ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ଧିରେନ ଚାନ୍ଦ ପ୍ରମୁଖ ଶବଧାର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପାରିବାର କୁ ସମବେଦନା ଅର୍ପଣ କରିଥିଲେ, ତାଙ୍କ ମର ଶରୀର କୁ ଏକ ଶୋଭାଯାତ୍ରା ରେ ନିଆ ଯାଇ ଗ୍ରାମ ସ୍ମଶାନ ରେ ଦାହ କରା ଯାଇଥିଲା, ତାଙ୍କ ମୃତ୍ୟୁ ରେ କାକଟପୁର ସମେତ ଅସ୍ତରଙ୍ଗ ରେ ଶୋକର ଛାୟା ଖେଳି ଯାଇଥିଲା,

SPREAD YOUR LOVE WITH YOUR FRIENDS AND FAMILY

Leave a Reply