ନୟାଗଡ଼ ,ତା-୨୩.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବ୍ଲକର କାଳିକାପ୍ରସାଦ ପଞ୍ଚାୟତ ଅଧୀନ ସିପାହୀ ଅଶୃଢିପା ଗ୍ରାମରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ବାର୍ଷିକ ଉତ୍ସବ ୩ଦିନ ଧରି ଧୁମଧାମରେ ପାଳିତ ହୋଇଯାଇଛି । ଗ୍ରାମବାସୀଙ୍କ ଆର୍ଥିକ ସାହାଯ୍ଯ ଓ ସହଯୋଗରେ ନିର୍ମିତ ଭବ୍ଯ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ଅଙ୍କୁରାରୋପଣ ଠାରୁ ଆରମ୍ଭ କରି ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ସମସ୍ତ ମାଙ୍ଗଳିକ କାର୍ଯ୍ଯ ଶେଷ ହୋଇଛି । ବ୍ରାହ୍ମଣ ସମାଜର ପୁରୋଧାମାନଙ୍କ ଦ୍ବାରା ହୋମଯଜ୍ଞ ଆଦି ମାଙ୍ଗଳିକ କାର୍ଯ୍ଯ ସମ୍ପନ୍ନ ସହ ଦେବନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି କରାଯାଇଛି। ଏ ଅବସରରେ ନିକଟସ୍ଥ ନଦୀରୁ ପୂଜାର୍ଚ୍ଚନା କରି ଏକ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲ୍ଲା

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ , ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାସ , ବରିଷ୍ଠ ବିଜେପି ନେତା ସନ୍ତୋଷ ପ୍ରଧାନ, ବିଜେଡି ବ୍ଲକ୍ ସଭାପତି ଭଞ୍ଜକିଶୋର ମହାପାତ୍ର, ଭୁବନେଶ୍ୱର ହେଲଥ ଭିଲେଜ ହସ୍ପିଟାଲ ତରଫରୁ ଡଃ ରାମକୃଷ୍ଣ ପାତ୍ର,ସମାଜସେବୀ ପୂର୍ଣଚନ୍ଦ୍ର ସାହୁ, କାଳିକାପ୍ରସାଦ ସରପଞ୍ଚଙ୍କ ପ୍ରତିନିଧି ଜଗନ୍ନାଥ ମହାପାତ୍ର, ପୂର୍ବତନ ସରପଞ୍ଚ କାହ୍ନୁଚରଣ ରାଉତ ପ୍ରମୁଖ ମନ୍ଦିର ପରିସରରେ ଉପସ୍ଥିତ ରହି ପ୍ରଭୁଙ୍କ କୃପା ଲାଭ କରିବା ସହିତ ଗ୍ରାମବାସୀମାନଙ୍କୁ ଉତ୍ସାହିତ କରିଥିଲେ। ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ମନ୍ଦିର ପରିସର ଉତ୍ସବମୁଖର ହୋଇ ଉଠିଥିବା ବେଳେ ସମସ୍ତ ଅତିଥି ମାନଙ୍କୁ ଯୁବ ସାମ୍ବାଦିକ ଭାସ୍କର ଚନ୍ଦ୍ର ସ୍ୱାଇଁ (ବାପି)ଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ସହିତ ଗ୍ରାମର ନୂତନ ସଭାପତି ଚନ୍ଦ୍ରମଣୀ ଗୌଡୁ, ସଂପାଦକ ନିର୍ମଳ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ପଙ୍କଜ କୁମାର ଗୌଡୁ ଓ କମିଟିର ସମସ୍ତ ସଭ୍ୟ , ନିମନ୍ତ୍ରିତ ପୁରୋହିତ, ମନ୍ଦିରର ପୂଜକ, ସାଂସ୍କୃତିକ କାର୍ଯ୍ୟକ୍ରମର ଶିକ୍ଷକ ଓ ଏକ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀମାନଙ୍କୁ ବାପି ଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବରେ ୩ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା ଗ୍ରାମବାସୀଙ୍କ ତରଫରୁ କରାଯାଇଥିଲା। ସମସ୍ତ ଗ୍ରାମବାସୀଙ୍କ ସହିତ ମୁଖ୍ୟତଃ କର୍ତ୍ତା ଗୋଲେଖ ଗୌଡୁ, ସମସ୍ତ ମୁଖ୍ୟ ଦାୟିତ୍ଵରେ ଥିବା କୃଷ୍ଣଚନ୍ଦ୍ର ଗୌଡୁ, ମହେଶ୍ୱର ମାଝୀ, ଶ୍ୟାମବନ୍ଧୁ ଗୌଡୁ, ସୁରେନ୍ଦ୍ର କୁମାର ସାହୁ, ଅଲେଖ କୁମାର ଗୌଡୁ, ଭାସ୍କର ଚନ୍ଦ୍ର ସ୍ୱାଇଁ, ଗ୍ରାମ ପରିଚାଳନା କମିଟି ସଭ୍ୟ ଆକୁଳ ଗୌଡୁ,ବାଜେନ୍ଦ୍ର ଗୌଡୁ,ମାଧବ ମହାପାତ୍ର, ପ୍ରହଲ୍ଲାଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।










