Home / ମୁଖ୍ୟ ଖବର / ମା’ ମଙ୍ଗଳା ବରିଷ୍ଠ ନାଗରିକ ସଂଘର ପରିଚୟପତ୍ର ପ୍ରଦାନ ଉତ୍ସବ।

ମା’ ମଙ୍ଗଳା ବରିଷ୍ଠ ନାଗରିକ ସଂଘର ପରିଚୟପତ୍ର ପ୍ରଦାନ ଉତ୍ସବ।

whatsapp image 2026 02 27 at 6.39.57 pm

କାକଟପୁର -୨୭/୦୨(ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ମା’ମଙ୍ଗଳା ବରିଷ୍ଠ ନାଗରିକ ସଂଘର ୯ମ ବାର୍ଷିକ ଓ ନୂତନ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ କାକଟପୁର ଚନ୍ଦନ ବଜାରସ୍ଥ ଖୁଣ୍ଟିଆ କନଭେସନର ସଭା ଗୃହରେ ସଂଘର ସ୍ଥାୟୀ ସଭାପତି ପ୍ରଭାକର ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସଭା ଆରମ୍ଭରୁ ଜଗନ୍ନାଥ ପ୍ରଭୂ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଅତିଥି ମାନେ ଉପସ୍ଥିତ ଶତାଧିକ ବରିଷ୍ଠ ମାନଙ୍କର ନିରାମୟ ସ୍ବଛନ୍ଦ ଜୀବନ କାମନା କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ସ୍ବାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ କ୍ଷେତ୍ରମୋହନ ଦାଶ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।ମୁଖ୍ୟ ଅତିଥି କାକଟପୁର ଆଇଆଇସି ବସନ୍ତ କୁମାର ସାହୁ ଯୋଗଦେଇ ବରିଷ୍ଠ ମାନଙ୍କୁ ସାମାଜିକ ସ୍ତରରେ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଆଇନଗତ ସହାୟତା ପାଇଁ ଥାନାର ଅଧିକାରୀ ଭାବରେ ସେ ଉପସ୍ଥିତ ବରିଷ୍ଠ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ତରାଇ, ସମ୍ମାନୀତ ଅତିଥି ଭାବେ ପଣ୍ଡିତ କାଳନ୍ଦୀ ଛାଟୋଇ,ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଜୀବନର ପରିଣତ ବୟସରେ ବରିଷ୍ଠ ପିତାମାତାଙ୍କ ଉଚ୍ଚାରଣ ଓ ଆଚରଣରେ ସଂଯମତା ରକ୍ଷାକରିବା ଉପରେ ଗୁରୁତ୍ୱ ଦେବା ସହ ପୁତ୍ର ଓ ପୁତ୍ରବଧୂ ମାନଙ୍କ ଦ୍ଵାରା ପୀଡ଼ିତ ପିତାମାତାଙ୍କୁ ସାମାଜିକ ନ୍ୟାୟ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ସାଧୁ ଚରଣ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରି ସଭା ସମାପ୍ତ କରାଇଥିଲେ। ଉପସ୍ଥିତ ବରିଷ୍ଠ ମାନେ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରି ଉତଫ୍ରୃଲିତ ହୋଇ ବାଙ୍ଗୁରୀଗାଁ ଆନନ୍ଦ ବଜାର ଜଗନ୍ନାଥ ମନ୍ଦିରରୁ ଆସିଥିବା ପ୍ରସାଦ ସେବନ କରି ସଭାସ୍ଥଳ ପରିତ୍ୟାଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply