Home / ମୁଖ୍ୟ ଖବର / ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ, ବିଳମ୍ବିତ ରାତ୍ରରେ କୁସ୍ମାଣ୍ଡ ବଳି

ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ, ବିଳମ୍ବିତ ରାତ୍ରରେ କୁସ୍ମାଣ୍ଡ ବଳି

psx 20241101 203815

କାକଟପୁର ତା ୩୧/୧୦/୨୦୨୪

ରିପୋର୍ଟ୍: ତୁଷାର ଦୀକ୍ଷିତ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଉତ୍ତର ପାର୍ଶ୍ୱରେ ଥିବା ମା ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ସେହିପରି କାକଟପୁର ର ଯୁବ ସେବାୟତ ମାନେ ଧର୍ମଶାଳା ପଡିଆରେ ଯୁବ ଗୋଷ୍ଠୀ ଙ୍କ ସହାୟତା ଓ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଗୁରୁବାର ସନ୍ଧ୍ୟା ରୁ ମା ଙ୍କର ସ୍ନାନ ମାର୍ଜନା, ଚନ୍ଦନ ବେଶ ସହିତ ବିଭିନ୍ନ ଆଭୂଷଣ ଲାଗି କରାଯାଇଥିଲା l ବିଳମ୍ବିତ ପ୍ରହରରେ ପ୍ରାଚୀନଦୀରୁ ଜଳ ଆହୋରଣ କରାଯାଇ ଘଟ ସ୍ଥାପନ କରାଯିବା ପରେ ମା କାଳୀଙ୍କୁ ଆବାହନ ଜରାଯାଇଥିଲା l ବିଳମ୍ବିତ ରାତ୍ରରେ ସପ୍ତସତୀ ଚଣ୍ଡୀପାଠ, ହୋମଯଜ୍ଞ କରାଯାଇ ମା ଙ୍କୁ କୁସ୍ମାଣ୍ଡ ବଳି ଦିଆଯାଇଥିଲା l ଏହି କାଳୀପୂଜା ଅବସରରେ ଶହ ଶହ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ l କାଳୀମନ୍ଦିରର ପ୍ରତିଷ୍ଠାତା ରବୀନ୍ଦ୍ର କୁମାର ଦୀକ୍ଷିତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାଳୀପୂଜା ସମାପନ କରାଯାଇଥିଲା ବେଳେ ଯୁବ ସେବାୟତ ଲିପୁ, କାନ୍ହା, ଲାଲୁ, ବଣ୍ଟି, ଲକି, ଙ୍କ ସହଯୋଗ ରେ ମା କାଳୀ ପୂଜା ପାଇଥିଲେ,ଆସନ୍ତା ଶୁକ୍ରବାର ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ଯୁବ ସେବାୟତ ଙ୍କ ଦ୍ୱାରା ପଣା ଭୋଗ କରି ଶ୍ରାଦ୍ଧଳୁ ମାନଙ୍କୁ ଦିଆ ଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY