Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ।

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ।

whatsapp image 2026 03 06 at 8.33.29 pm

ପୁରୀ ୬/୩ ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ଜିଲ୍ଲା ପରିଷଦ ଗ୍ରାମର ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏକ ବଡ ଫୋରମ।ତେଣୁ ସଦସ୍ୟ ମାନଙ୍କ ମତାମତ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ପୁରୀ କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ଡିଏଫଓ ଧନଜ ମଗର ରାକସ,ଚିଲିକା ଡିଏଫଓ ଅମ୍ଲାନ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଲୋକ ମାନଙ୍କ ଆବଶ୍ୟକତା ପୂରଣ ପାଇଁ ବିବିଧ ପରାମର୍ଶ,କାର୍ଯ୍ୟ ସମ୍ପାଦନ ସମୟର ସମସ୍ୟା ଓ ସମାଧାନ ପାଇଁ ପ୍ରସ୍ତାବ ମାନ ଦେଇଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଶରତ ଚନ୍ଦ୍ର ମହାପାତ୍ର କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।
ଶିକ୍ଷା ବିଭାଗ ,କୃଷି ବିଭାଗ,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ନିର୍ମାଣ, ଗ୍ରାମୀଣ ପାନୀୟ ଜଳ ଯୋଗାଣ, ଜଳ ସେଚନ,ଜଳ ନିଷ୍କାସନ, ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ବିଦ୍ୟୁତ ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ,ଶିଳ୍ପ ବିଭାଗ, ବନ ବିଭାଗ, ସମବାୟ ବିଭାଗ,ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ,ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ, ସ୍ବଛ ପରିମଳ, ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ପୁରୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସ୍ଥାନାନ୍ତର ସମ୍ପର୍କରେ ବିଭିନ୍ନ ସାମାଜିକ ଓ ଗଣମାଧ୍ୟମର ସୂଚନା ସମ୍ପର୍କରେ ଗୃହ କୁ ଅବଗତ କରାଇ ଉପାଧ୍ୟକ୍ଷ ଶ୍ରୀ ନାୟକ ଏହାକୁ ସ୍ଥାନାନ୍ତର ନ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକୁ ସମସ୍ତ ସଦସ୍ୟ ମାନେ ସମର୍ଥନ ଜଣାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ଓ ପୁରୀ ସାଂସଦ ଙ୍କ ପ୍ରତିନିଧି,ନିମାପଡା ଓ ବ୍ରହ୍ମଗିରି ବିଧାୟକ ଙ୍କ ପ୍ରତିନିଧି,
ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ଜିଲ୍ଲା ପରିଷଦର ସଦସ୍ୟ ବୃନ୍ଦ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷା,ଅଧ୍ୟକ୍ଷ, ବିଭିନ୍ନ ଵିଭାଗର ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply