କାକଟପୁର ତା ୭/୩,(ତୁଷାର ଦୀକ୍ଷିତ )କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ଚୈତ୍ର ମାସ ପାଳି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମଙ୍ଗଳା ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ରେ ଉକ୍ତ ବୈଠକରେ ମଙ୍ଗଳା ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନନ୍ଦିତା, କାକଟପୁର ଥାନାଧିକାରୀ ବସନ୍ତ କୁମାର

ସାହୁ,ଚମ୍ପାହାର ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତିଶ୍ରୀ ସେନାପତି,କାକଟପୁର ଥାନା ଏଏସଆଇ ଜୟନ୍ତୀ ସାହୁ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ମନ୍ଦିର ନୀତି ଆୟୋଗ ରବୀନ୍ଦ୍ର ଜେନା, ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ,ପୂଜାପଣ୍ଡା ଶରତ ଚନ୍ଦ୍ର ଦୀକ୍ଷିତ, ହେମନ୍ତ କୁମାର ପାଢ଼ୀଙ୍କ ସମେତ ସମସ୍ତ ସେବାୟତ, ପାଳିଆ ସେବକ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l ଚୈତ୍ର ମଙ୍ଗଳବାର ଗୁଡ଼ିକରେ ମା’ମଙ୍ଗଳା ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଥିବାବେଳେ ନେତ୍ରୋତ୍ସବ,ଶୃଙ୍ଖଳିତ ଦର୍ଶନ, ପରିମଳ ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଟ୍ରଷ୍ଟି ଅଙ୍କିତା ଅନନ୍ଦିତା ସୂଚନା ଦେଇଥିଲେ । ମାନସିକଧାରୀ ମହିଳାମାନେ ପାନ୍ଥେଇ ଓଷା ପାଳନ କରୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଏବଂ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ l











