Home / ମୁଖ୍ୟ ଖବର / ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

whatsapp image 2026 03 09 at 12.14.02 am

ନୟାଗଡ଼,ତା-୮.୩.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ଆନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ଅବସରରେ ଏବଂ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ବିତରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଉତ୍ସାହ ଓ ଆନନ୍ଦର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ମହୋଦୟା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡା

image
image

ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଡିଏଲଏସଏ ସେକ୍ରେଟାରୀ ଅଞ୍ଜଳି ମଛଖଣ୍ଡ ,ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଡିଏସଡବ୍ଲ୍ୟୁଓ ଜୟଶ୍ରୀ ପଟ୍ଟନାୟକ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ବିତରଣ ସହିତ ଜିଲ୍ଲାସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ୧୫୨ ଜଣ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ , ଅଙ୍ଗନବାଡ଼ି ସହାୟିକା , ସୁପରଭାଇଜର, ସିଡିପିଓ , ଓଏସସି ଓ ଶକ୍ତି ସଦନ ନୟାଗଡ଼ର କର୍ମଚାରୀମାନଙ୍କୁ ମାନ୍ୟବର ବାଚସ୍ପତି, ବିଧାୟକ ଓ ଜିଲ୍ଲାପାଳଙ୍କ ହସ୍ତରେ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ଗାଁ ପ୍ରକଳ୍ପର ସୁପରଭାଇଜର ଅନୁପମା ଦାସଙ୍କୁ ବେଷ୍ଟ ସୁପରଭାଇଜର ଭାବେ ଏବଂ ରଣପୁର ପ୍ରକଳ୍ପର ସିଡିପିଓ ସୁପ୍ରଭା ପଣ୍ଡାଙ୍କୁ ବେଷ୍ଟ ସିଡିପିଓ ପରଫରମାନସ୍ ଭାବେ ସମ୍ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମମତା ଡିପିସି ଏବଂ ଡିଏଚଇଡବଲୁର ଜିଲ୍ଲା ସଂଯୋଜକ ସୁଚାରୁ ଭାବେ ପରିଚାଳନା କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply