Home / ମୁଖ୍ୟ ଖବର / ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ରଉଦଘାଟିତ।

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ରଉଦଘାଟିତ।

whatsapp image 2026 03 08 at 6.58.15 pm

ପୁରୀ ୮/୩ ଆଜି ଅପରାହ୍ନରେ ଏସ ସି ଏସ କଲେଜ ନିକଟରେ ବ୍ଲକ ସୁଭଦ୍ରା ଶକ୍ତି କେନ୍ଦ୍ର ଓ ସଖି ୱ୍ବାନ କେନ୍ଦ୍ରର ଉଦଘାଟନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା।ମହିଳା ମାନଙ୍କୁ ଆତ୍ମ ନିର୍ଭର କରିବା ଲକ୍ଷ୍ୟ ରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା, ପାରସ୍ପରିକ ସହଯୋଗ ବଢାଇବା, ଆଲୋଚନା ବୈଠକ କରାଇବା, ସମ୍ମାନ ର ସହ ନିଜ କାର୍ଯ୍ୟ କୁ ପରିଚାଳନା କରିବାରେ ବ୍ଲକ ସୁଭଦ୍ରା ଶକ୍ତି କେନ୍ଦ୍ର ସହାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଥିଲେ।ସେହିପରି ଉପ ମୁଖ୍ୟମନ୍ତ୍ରୀ ସଖି ୱ୍ବାନ ଷ୍ଟପ ସେଣ୍ଟର କୁ ଏସ ସି ଏସ କଲେଜ ଠାରେ ଉଦଘାଟନ

image
image

କରିଥିଲେ।ଭାରତ ସରକାର ପ୍ରଣୟନ କରିଥିବା”ସଖି” ଯାହା ୱାନ୍ ଷ୍ଟପ୍ କ୍ରାଇସିସ୍ ସେଣ୍ଟର (OSC) ଅଟେ।ଯାହା ବ୍ୟକ୍ତିଗତ ଏବଂ ସାର୍ବଜନୀନ ସ୍ଥାନରେ, ପରିବାର, ସମ୍ପ୍ରଦାୟ ଏବଂ କର୍ମକ୍ଷେତ୍ରରେ ହିଂସା ଦ୍ୱାରା ପ୍ରଭାବିତ ମହିଳାମାନଙ୍କୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ। ବୟସ, ବର୍ଗ, ଜାତି, ଶିକ୍ଷା ସ୍ଥିତି, ବୈବାହିକ ସ୍ଥିତି, ଜାତି ଏବଂ ସଂସ୍କୃତି ନିର୍ବିଶେଷରେ ଶାରୀରିକ, ଯୌନ, ଭାବପ୍ରବଣ, ମାନସିକ ଏବଂ ଆର୍ଥିକ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ ସମର୍ଥନ ଏବଂ ପ୍ରତିକାର ପ୍ରଦାନ ର ବ୍ୟବସ୍ଥା ଏଠାରେ କରାଯାଇଥାଏ। ପୁରୀ ଜିଲ୍ଲାରେ ଏହା ୨୦୨୦ ମସିହାରୁ ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ଙ୍କ ଦ୍ବାରା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ କାର୍ଯ୍ୟ କରୁଥିଲା।ତେବେ ସରକାରଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କା ଅନୁଦାନ ମିଳିବା ପରେ ଏହା ଏସସିଏସ କଲେଜ ଠାରେ ନିଜସ୍ୱ ବିଲ୍ଡିଂ ଭାବେ ଆଜି ଉଦଘାଟିତ ହୋଇଛି।ଚଳିତ ବର୍ଷ ଫେବୃଆରୀ ୭ ତାରିଖ ସୁଦ୍ଧା ୧୨୪୯ ଟି ମାମଲା ସଖି ରେ ପଞ୍ଜିକରଣ ହୋଇଛି।ଏହା ୨୪ ଘଣ୍ଟିଆ ସେବା ଦେଉଛି ଓ ହେଲ୍ପ ଲାଇନ ନମ୍ବର ୧୮୧ ସହ ଯୋଡି ହୋଇଛି ବୋଲି ସମାଜ କଲ୍ୟାଣ ଅଧିକାରୀ ଜଣାଇଥିଲେ।
ଏହି କେନ୍ଦ୍ର ଦ୍ଵାରା ନିର୍ଯ୍ୟାତିତ ବା କ୍ଷତିଗ୍ରସ୍ତ ମହିଳା ମାନେ ଉପକୃତ ହେବେ ବୋଲି ଶ୍ରୀମତୀ ପରିଡା କହିଥିଲେ।ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ସମସ୍ତଙ୍କୁ ସ୍ବାଗତ କରି ଥିଲେ।କାର୍ଯ୍ୟକ୍ରମ ରେ ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply