Home / ମୁଖ୍ୟ ଖବର / ଦୋଳ ମହୋତ୍ସବ -୨୦୨୬ ର ଉଦଯାପନୀ ସନ୍ଧ୍ୟା

ଦୋଳ ମହୋତ୍ସବ -୨୦୨୬ ର ଉଦଯାପନୀ ସନ୍ଧ୍ୟା

whatsapp image 2026 03 13 at 8.00.29 pm

କାକଟପୁର ତା ୧୩/୩ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ସ୍ଥିତ ମୂଳାଗଡ଼ ଗୋଠ ପଡିଆ ଠାରେ ଗତ ୩ ଦିନ ବ୍ୟାପୀ ଆୟୋଜିତ ହୋଇଆସୁଥିବା ଦୋଳ ମହୋତ୍ସବ -୨୦୨୬ ଗୁରୁବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି l ମହୋତ୍ସବ ଅଭ୍ୟର୍ଥନା କମିଟିର ସଭ୍ୟ ତଥା ଜଗତସିଂହପୁର ସାଂସଦଙ୍କ ପୁରୀଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉକ୍ତ ଉଦଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ କରୁଣାମୟୀ ମା’ ମଙ୍ଗଳାଙ୍କ ପବିତ୍ର ଓ ଆଧ୍ୟାତ୍ମିକ ମାଟି କାକଟପୁରର ଦୋଳ ମହୋତ୍ସବ ଆମ ଭକ୍ତି, ସଂସ୍କୃତି ଓ ପରମ୍ପରାର ମିଳନର ଉତ୍ସବ l ସ୍ଥାନୀୟ କଳାକାରଙ୍କ ଦ୍ୱାରା ବାଡ଼ିଖେଳ ପ୍ରଦର୍ଶନ ଏହି ପରମ୍ପରାର ବଡ଼ ଉଦାହରଣ ବୋଲି ମତବ୍ୟକ୍ତ କରିବା ସହିତ ସମୁଦ୍ରର କରାଳ ରୂପ ଓ ବାତ୍ୟାର ପ୍ରକୋପ ସହୁଥିବା ଅସ୍ତରଙ୍ଗ ଅଞ୍ଚଳ ଆଗାମୀ ଦିନରେ ସାହସିକ କ୍ରୀଡ଼ାର ହବ୍‌ ହେବାକୁ ଯାଉଛି ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଜେପି ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ବିଜେପି ନେତା ଗୋଲକ ଚନ୍ଦ୍ର ମହାପାତ୍ର , ମହୋତ୍ସବ କମିଟି ସଭାପତି ପ୍ରଶାନ୍ତ ଭୋଳ, ସମ୍ପାଦକ ସରୋଜ ସାମଲ, କୋଷାଧକ୍ଷ କୈଳାଶ ନାୟକ, ଅଭ୍ୟର୍ଥନା କମିଟି ସମ୍ପାଦକ ପ୍ରତାପ ପରିଡା, ସମାଜସେବୀ ନିମାପଡା ପୂର୍ବତନ ବିଧାୟକ ଶ୍ରୀ ବାଇଧର ମଲ୍ଲିକ, କାକଟପୁର ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ସେଠୀ,ସମାଜସେବୀ ତଥା ଶିଳ୍ପପତି ସୁବାସ ଚନ୍ଦ୍ର ମହାନ୍ତି,ସମାଜସେବୀ ଦେବବ୍ରତ ନାୟକ,ରଶ୍ମିରଞ୍ଜନ ବିଶ୍ୱାଳ, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ନାୟକ, ବୈଜ୍ଞାନିକ ତଥା ସମାଜସେବୀ ଶଙ୍କର ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଦୋଳ ମହୋତ୍ସବକୁ ଆହୁରି ଉଚ୍ଚକୋଟିର କରାଯିବାପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ l ଶେଷରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସୁହାଣପୁର ଯାଦବ ସଙ୍ଘ ପକ୍ଷରୁ ବାଡ଼ିଖେଳ ଏବଂ ଓଡ଼ିଶାର ସୁପ୍ରସିଦ୍ଧ ଗାୟିକା ଅନୁରାଧା ପାଣିଗ୍ରାହୀଙ୍କ ସଂଗୀତର ତାଳେ ତାଳେ ହଜାର ହଜାର ଦର୍ଶକ ବେଶ ବିମୋହିତ ହୋଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply