Home / ମୁଖ୍ୟ ଖବର / ନୟାଗଡ଼ରେ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଓ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ।

ନୟାଗଡ଼ରେ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଓ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ।

ନୟାଗଡ଼,ତା-୨୮.୩.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ (ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ ବିଭାଗ) ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମାଙ୍କ ସହିତ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଟାଙ୍ଗିଆପଲ୍ଲୀ ଆଶ୍ରମ ବିଦ୍ୟାଳୟ, ଆହାର କେନ୍ଦ୍ର, ଜୋତା ନିର୍ମାଣ ୟୁନିଟ୍, ବହୁ ଉଦ୍ଦେଶ୍ୟ ଭବନ, ଦଶପଲ୍ଲା ଏନଏସି ଅଞ୍ଚଳର ହରିଡାବାଡି ଅଙ୍ଗନବାଡି କେନ୍ଦ୍ର ଓ ଟାକେରା ପାୱାର ସବ୍‌ଷ୍ଟେସନ୍ ସ୍ଥଳ ପରିଦର୍ଶନ କରି ସମୀକ୍ଷା କରିଥିଲେ।


ଏହି ପରିଦର୍ଶନ ସମୟରେ ଏଡିଏମ୍ ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ ରାଉତ, ସବ୍-କଲେକ୍ଟର କର୍ଣ୍ଣଦେଵ ସମାଦାର , ଦଶପଲ୍ଲା ବିଡ଼ିଓ , ଇଓ ଏନଏସି ଦଶପଲ୍ଲା, ବିଇଓ ଦଶପଲ୍ଲା ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପରେ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରମୁଖ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର,ସିଡିଏମଓ ପୁଷ୍ପା ନିଳୀମା ଲାକ୍ରା ଯୋଗ ଦେଇଥିଲେ।
ଏହି ବୈଠକରେ ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ଅଧିକାରୀମାନଙ୍କର କାର୍ଯ୍ୟାଳୟର ସମୀକ୍ଷା କରିଥିଲେ । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ କାର୍ଡ ଏବଂ ହିତାଧିକାରୀମାନଙ୍କ କଥା ପଚାରି ବୁଝିଥିଲେ। ଏହା ପରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀ-୧ ଏବଂ ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀ-୨ଙ୍କୁ ରାସ୍ତାର ସମ୍ପ୍ରସାରଣ ବିଷୟରେ ଓ ଛାମୁଣ୍ଡିଆ ରାସ୍ତା ବିଷୟରେ ପଚାରି ବୁଝିଥିଲେ ଓ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମାଗିଥିଲେ। ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ସି.ଏମ୍-ବାଇ ସାଇକେଲ, ମଧ୍ୟାହ୍ନ ଭୋଜନ,ଡ୍ରପ ଆଉଟ୍ ପିଲାମାନଙ୍କ କଥା ପଚାରି ବୁଝିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ/ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭିନ୍ନ ବିଷୟରେ ତାଗିଦ୍ କରିଥିଲେ। ବିଦ୍ୟୁତ୍ ବିଭାଗ, ଯୋଗାଣ ବିଭାଗ, କୃଷି ଓ ମତ୍ସ୍ୟ ଚାଷ ଉପରେ ସମୀକ୍ଷା କରିଥିଲେ। ଶେଷରେ ସମସ୍ତ ବିଷୟ ଆଲୋଚନା ହୋଇ ବୈଠକ ସାଙ୍ଗ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply