Home / ମୁଖ୍ୟ ଖବର / ଗ୍ୟାସ ସିଲିଣ୍ଡର ସମସ୍ୟା ସମାଧାନ ପାଇଁ କଣ୍ଟ୍ରୋଲ ରୁମ

ଗ୍ୟାସ ସିଲିଣ୍ଡର ସମସ୍ୟା ସମାଧାନ ପାଇଁ କଣ୍ଟ୍ରୋଲ ରୁମ

ପୁରୀ ୩୦/୩ ପୁରୀ ଜିଲ୍ଲା ରେ ଆବଶ୍ୟକୀୟ ଗ୍ୟାସ ସିଲିଣ୍ଡର ମହଯୁଦ ରହିଛି।ତେଣୁ ଜନସାଧାରଣ ଅଯଥା ଆତଙ୍କିତ ନ ହେବା କିମ୍ବା ଅଯଥା ଗ୍ୟାସ ଡିଲର ପଏଣ୍ଟରେ ଭିଡ ନ କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନୁରୋଧ କରିଛନ୍ତି।ଆଜି ଅପରାହ୍ନରେ ଏ ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଜନସାଧାରଣ ଙ୍କୁ ସଠିକ ଭାବେ ଗ୍ୟାସ ଯୋଗାଣ ସହ ସରକାରୀ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଗ୍ୟାସ ଯୋଗାଣ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ବିହିତ ପଦକ୍ଷେପ ପାଇଁ ମୁଖ୍ୟ ଯୋଗାଣ ଅଧିକାରୀ ଓ ଗ୍ୟାସ ଡିଲର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ଏ ସମ୍ପର୍କରେ କଣ୍ଟ୍ରୋଲ ରୁମ ଖୋଲା ଯାଇ ଲୋକ ଙ୍କ ସମସ୍ୟା କୁ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି।ଯୋଗାଣ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ ନମ୍ବର ହେଲା ୦୬୭୫୨-୨୨୨୨୨୮ ଓ ଜିଲ୍ଲା କଣ୍ଟ୍ରୋଲ ରୁମ ନମ୍ବର ହେଲା ୦୬୭୫୨-୨୨୩୨୩୭ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply