Home / ଆଧ୍ୟାତ୍ମିକ / ଜାଗର ପାଇଁ ଉତ୍ସବମୁଖର ହୋଇ ଉଠିଛି ସମସ୍ତ ଶୈବ ପୀଠ

ଜାଗର ପାଇଁ ଉତ୍ସବମୁଖର ହୋଇ ଉଠିଛି ସମସ୍ତ ଶୈବ ପୀଠ

shivaratri1

କାକଟପୁର ୮/୩ :- ଦେବ ଦେବ ମହାଦେବ ଙ୍କ ଅତିପ୍ରିୟ ଦିବସ ଜାଗର, ଭକ୍ତ ମାନଙ୍କ ଅତି ଆକାଂକ୍ଷିତ ମହାଶିବ ରାତ୍ରି ଉପଲକ୍ଷେ ପ୍ରାଚୀ ଉପତ୍ୟକା ର ପ୍ରତିଟି ଶୈବ ପୀଠ ଉତ୍ସବମୁଖର ହୋଇ ଥିଲା l ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ଏହି ଜାଗର ପାଳନ କରାଯାଏ l ମୁନି ସନତ ଙ୍କ ମତରେ ଦେବ ଦେବ ମହାଦେବ ଙ୍କୁ ପ୍ରସନ୍ନ କରିବାର ଦଶ ଗୋଟି ବ୍ରତ ମଧ୍ୟରୁ ମହାଶିବ ରାତ୍ରି ଵା ଜାଗର ବ୍ରତ ସର୍ବଶ୍ରେଷ୍ଠ ଓ କାମପ୍ରଦ ଅଟେ l

ପୌରାଣିକ ମତରେ ସମୁଦ୍ର ମନ୍ଥନ ସମୟରେ ସେଥିରୁ ନିର୍ଗତ ସମସ୍ତ ବିଷ ପାନ କରି ଧରାକୁ ଏକ ଆସନ୍ନ ଧ୍ବଂସ ମୁଖରୁ ଉଦ୍ଧାର କରିଥିଲେ l ଏହି ବିଷ ପାନ ଜ୍ୱାଳା ରେ ମହାଦେବ ମୁର୍ଚ୍ଛା ଯାଇଥିଲେ l ତାଙ୍କର ସଂଜ୍ଞା ଫେରିବା ପର୍ଯ୍ୟନ୍ତ ଦେବତା ମାନେ ଅଖଣ୍ଡ ଦୀପ ପ୍ରଜ୍ଵଳନ କରି ରାତ୍ରି ଉଜାଗର ରହି ବସିଥିଲେ l ସେହିଦିନ କୁ ମନେପକାଇବା ପାଇଁ ଶ୍ରଦ୍ଧାଳୁ ମାନେ ମହାଶିବ ରାତ୍ରି ପାଳନ କରି ଥାଆନ୍ତି l ଏହି ବ୍ରତ କରିବା ଦ୍ୱାରା ଭକ୍ତ ମାନଙ୍କ ସମସ୍ତ ବିପଦ ମହାଦେବ ହରଣ କରିଥାନ୍ତି l

ସେହି କାରଣ ରୁ ଜାଗର ରେ ସମସ୍ତ ଶୈବ ପୀଠ ଯଥା ସମେଶ୍ୱର,ଈଶ୍ୱର ନାଥ, ଶୀଧେଶ୍ୱର, ହରିନାଥ, ବାଲିକପିଳେଶ୍ୱର, ଅମରେଶ୍ୱର, ଶଙ୍କରେଶ୍ୱର, ଇତ୍ୟାଦି ପୀଠ ରେ ଭକ୍ତ ମାନେ ଦୀପ ପ୍ରଜ୍ବଳନ କରି, ସାରାଦିନ ଉପବାସ ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ବ୍ରତ ରଖିଥିଲେ l ରାତ୍ରି ଏଗାର ଟା ତିରିଶ ରେ ମହାଦୀପ ଉଠିବା ପରେ ଭକ୍ତ ମାନେ ବ୍ରତ ଉଦଯାପନ କରିଥିଲେ l ହଜାର ହଜାର ଶୈବ ଭକ୍ତ ଙ୍କ ହର ହର ମହାଦେବ ଧ୍ୱନି ରେ ପ୍ରକମ୍ପିତ ହୋଇଉଠିଥିଲା ସମସ୍ତ ଅଞ୍ଚଳl ମନ୍ଦିର ଗୁଡିକୁ ବିଭିନ୍ନ ଆଲୋକ ମାଳା ରେ ସଜ୍ଜିତ କରାଯାଇ ଥିଲାବେଳେ, ଅଷ୍ଟପ୍ରହରୀ ନାମଯଜ୍ଞ, ସ୍ତୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଘୃତ ଯଜ୍ଞ ଆଦି ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ୱାରା କରାଯାଇଥିଲା l ସ୍ଥାନୀୟ ସମେଶ୍ୱର ପୀଠ ରେ ସେବକ ସମିତି ତରଫରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଇଥିଲା l ମହାଦୀପ ଉଠିବା ପରେ ସମସ୍ତ ଭକ୍ତ ମହାପ୍ରସାଦ ସେବନ କରି ବ୍ରତ ଉଦଯାପନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply