Home / ମୁଖ୍ୟ ଖବର / ଗଣେଷ ଭସାଣି ଉତ୍ସବ, ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପିଲା କାକଟପୁର

ଗଣେଷ ଭସାଣି ଉତ୍ସବ, ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପିଲା କାକଟପୁର

whatsapp image 2024 09 19 at 20.19.58 e6e4ac5f

କାକଟପୁର : ତା ୧୯/୯/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ

ପୁରୀଜିଲ୍ଲା କାକଟପୁରର ମା ମଙ୍ଗଳା ସେବାୟତ ସାହିର ବୁଢା ଗଣେଷଙ୍କ ଭସାଣି ଉତ୍ସବ ଗତ ବୁଧବାର ଦିନ ମହା ଆଡ଼ମ୍ବରରେ ସମାପନ ହୋଇଯାଇଛି l ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ ସାରା କାକଟପୁର ଅଞ୍ଚଳ କୁ ମୋହିତ କରିଥିଲା l ପ୍ରତି ବର୍ଷ ଭଳି ଚଳିତ ବର୍ଷ ଉକ୍ତ ଭସାଣି ଶୋଭାଯାତ୍ରା କାକଟପୁର ଅଞ୍ଚଳରେ ପ୍ରମୁଖ ଆକର୍ଷଣ ସାଜିଥିବା ବେଳେ ଏହାକୁ ଦେଖିବାକୁ କାକଟପୁର ବଜାରର ୨ ପାର୍ଶ୍ୱ ରେ ହଜାର ହଜାର ଦର୍ଶକ ଏହି ଶୋଭାଯାତ୍ରାକୁ ଉପଭୋଗ କରିଥିଲେ l ଏହି ଶୋଭାଯାତ୍ରା ପାଇଁ କାକଟପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l କାକଟପୁର ମଙ୍ଗଳାଙ୍କ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ମେଡିକାଲ ଛକ, ଗଣେଶ ବଜାର, ଚନ୍ଦନ ବଜାର ଆଦି ଅଞ୍ଚଳ ପରିକ୍ରମା କରିବା ପରେ କଲେଜ ଛକ ନିକଟ ପ୍ରାଚୀ ତଟ ରେ ଗଜାନନ ଙ୍କ ମୂର୍ତ୍ତି କୁ ବିସର୍ଜନ କରାଯାଇଥିଲା l ଏହି ଶୋଭାଯାତ୍ରା ରେ ସୁଦୂର ମହାରାଷ୍ଟ୍ର ର ଅଘୋରୀ ତାଣ୍ଡବ ନୃତ୍ୟ, କଳାହାଣ୍ଡି ର ଆଦିବାସୀ ନୃତ୍ୟ, ଯାଜପୁର ର ସିଂହ ବାଜା, ମାଦଳ ବାଜା, କେନ୍ଦ୍ରାପଡ଼ାର ସିଟି ବ୍ୟାଣ୍ଡ ପାର୍ଟି, ପୁରୀର ରାସଲୀଳା, ସାକ୍ଷୀଗୋପାଳ ର ଘଣ୍ଟ ବାଦ୍ୟ, କାକଟପୁର ର ପଞ୍ଜାବୀ ବାଦ୍ୟ, କଟକ ଯୋବ୍ରାର ଫୁଲଝରି ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ ବେଶ ମନମୁଗ୍ଧକର ଥିଲା l ଉକ୍ତ ଭସାଣି ଶୋଭାଯାତ୍ରାକୁ ସେବାୟତ ସାହିର ପ୍ରମୁଖ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପରିଚାଳନା କରିଥିବାବେଳେ ଜୀବନ ଜ୍ୟୋତି ଦୀକ୍ଷିତ, କାହ୍ନା ଦୀକ୍ଷିତ, ସାନୁ ଦୀକ୍ଷିତ, ଟିଲୁ ଦୀକ୍ଷିତ, ରାଜେଶ ଦୀକ୍ଷିତ, ବଳରାମ ଦୀକ୍ଷିତ, ଅଂଶୁମାନ ଦୀକ୍ଷିତ, ତାପସ ଦୀକ୍ଷିତ, ସିକନ ଦୀକ୍ଷିତ, ରଞ୍ଜନ ପଣ୍ଡା, ଗୁଡ଼ୁ ଦୀକ୍ଷିତ, ବବୁଲ, ସ୍ୱାଧୀନ,ଟିଟୁ, ନୋଳିଆ, ମିଲୁ, ଚିନ୍ମୟ, ବେନା, ଅମୁ, ଆସୁଆ, ରାକାନ ଏବଂ ପଣ୍ଡା ସାହିରୁ ପ୍ରାୟ ଚାରି ଶହ ସେବାୟତ ଉପସ୍ଥିତ ରହି ଏହି ଭାଷାଣୀକୁ ଶାନ୍ତି ଶୃଙ୍ଖଳା ଭାବେ ସମାପନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY