Home / ମୁଖ୍ୟ ଖବର / ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ (ସ୍ୱାଭିମାନ ଦିବସ) ପାଳିତ ।

ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ (ସ୍ୱାଭିମାନ ଦିବସ) ପାଳିତ ।

ନୟାଗଡ଼,ତା-୨୮.୪.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ୧୭୮ତମ ଜନ୍ମ ଜୟନ୍ତୀ (ସ୍ୱାଭିମାନ ଦିବସ)କୁ ଅରୋମୀରା ଟ୍ରଷ୍ଟ,କୁରାଳ, ପରିଚାଳିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଆମ ଓଡ଼ିଶା ଓ ସମ୍ବାଦ ପରିବାର ଓଡଗାଁ ତରଫରୁ ଅରୋମିରା ଟ୍ରଷ୍ଟ ସହିତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦ, କୁରାଳ,ମାତୃଭୂମି କୁରାଳ,ଯୁବକ ବନ୍ଧୁ ପାଠାଗାର, କୁରାଳ,ରାଧାକୃଷ୍ଣ ଥିଏଟରସ୍ସ , କୁରାଳ ତଥା ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ସାମ୍ବାଦିକ ବନ୍ଧୁ ସୁନୀଲ କୁମାର ପଟ୍ଟନାୟକଙ୍କ ଆବାହନ ଓ ଅରୋମୀରା ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ସଂଯୋଜନା ରେ ମହାସମାରୋହରେ ପାଳିତ ହୋଇଯାଇଅଛି। ମାତୃଭୂମି କୁରାଳ ର କୋଷାଧ୍ୟକ୍ଷ ରାଜ କିଶୋର ନାୟକଙ୍କ ବନ୍ଦେ

ଉତ୍କଳ ଜନନୀ ଗାନ ସହ ରାଧାକୃଷ୍ଣ ଥିଏଟରସ, କୁରାଳର ସମ୍ପାଦକ ତଥା ସାମ୍ବାଦିକ ବନ୍ଧୁ ଗଣେଶ୍ୱର ସାହୁ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ପରିଚିତ କରାଇବା ପରେ ଅତିଥି ମାନଙ୍କ ଦ୍ଵାରା ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଧୂପ ପ୍ରଦାନ ପରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ଚୌଧୁରୀଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ବକ୍ତା ରୂପେ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ତର ଅଧିବାସ ପଣ୍ଡା ମଧୁ ବାବୁ ଓ ସ୍ଵତନ୍ତ୍ର ଓଡ଼ିଶା ଗଠନର ଅନେକ ଅନାଲୋଚିତ ତଥ୍ୟ ପ୍ରଦାନ କରି ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଗଢି ତୋଳିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନଙ୍କ ସମେତ ଅନ୍ୟତମ ଅତିଥି ଭାବେ କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ କୁମାର ପାଇକରାୟ,ସମିତି ସଭ୍ୟା କନକ ପାତ୍ର,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦ କୁରାଳର ସଭାପତି ରାମେଶ୍ବର ପଣ୍ଡା, ଗ୍ରୀନ୍ କ୍ଳବ୍ ହରିହରପୁରର ସଦସ୍ୟ ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ,ଯୁବକ ବନ୍ଧୁ ପାଠାଗାର, କୁରାଳର ଅନ୍ୟତମ ପ୍ରତିଷ୍ଠାତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ସାହୁଙ୍କ ସମେତ ଉପସ୍ଥିତ ଅତିଥି ଗଣ ମଧୁ ବାବୁଙ୍କ ସ୍ମୃତି ଚାରଣ ପୂର୍ବକ ଓଡିଆ ଭାଷାର ବିକାଶ ତଥା ଓଡ଼ିଆ ମାନଙ୍କ ସ୍ୱାଭିମାନ ବୃଦ୍ଧି କରି ଓଡ଼ିଶା ର ସାମଗ୍ରିକ ବିକାଶ ପାଇଁ ଆହ୍ବାନ ପ୍ରଦାନ କରିଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ମଧୁ ବାବୁଙ୍କ ଜୀବନୀ ଆଧାରିତ ବକୃତା ଓ କବିତା ଆବୃତ୍ତି ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଉପସ୍ଥିତ ପ୍ରତ୍ୟେକଙ୍କୁ ମଧୁବାବୁଙ୍କ ସଂକ୍ଷିପ୍ତ ଜୀବନୀ ପୁସ୍ତକ ପ୍ରଦାନ କରାଯାଇଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିବାରୁ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply