Home / ମୁଖ୍ୟ ଖବର / ପୁରୀ ସଂସ୍କୃତି ଭବନ ଠାରେ  ଆସନ୍ତା ୮, ୯, ୧୦ ତାରିଖ ଅଷ୍ଟମ ଭାରତୀୟ କଳାଶ୍ରୀ ସମ୍ମାନ ଉତ୍ସବ 

ପୁରୀ ସଂସ୍କୃତି ଭବନ ଠାରେ  ଆସନ୍ତା ୮, ୯, ୧୦ ତାରିଖ ଅଷ୍ଟମ ଭାରତୀୟ କଳାଶ୍ରୀ ସମ୍ମାନ ଉତ୍ସବ 

ପୁରୀ : ୭/୫/୨୦୨୬  ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ଆସନ୍ତା ୮, ୯, ୧୦ ତାରିଖ ଅଷ୍ଟମ ଭାରତୀୟ କଳାଶ୍ରୀ ସମ୍ମାନ ଉତ୍ସବ ପାଳନ କରୁଛି।ଏହି ଅବସର ରେ ପୁରୀ ସଂସ୍କୃତି ଭବନ ଠାରେ ଚଳିତ ବର୍ଷ କାର୍ଯ୍ୟକ୍ରମ ର ସୂଚନା ଡ଼. ମନମୋହନ ଶର୍ମା ପ୍ରଦାନ କରିଛନ୍ତି। ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ସମସ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀମାନେ ଯୋଗଦାନ କରି ଆସୁଛନ୍ତି।ପ୍ରତିବର୍ଷ ଭୁବନେଶ୍ୱର ରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଜଗନ୍ନାଥ ଧାମ ପୁରୀ ଠାରେ ପାଳନ କରାଯାଉଛି। ଏଥିରେ କନିଷ୍ଠ,ଯୁବ ଏବଂ ଗୁରୁ ବର୍ଗ ଶିଳ୍ପୀ ମାନଙ୍କୁ ଜୀବନ ବ୍ୟାପି ସାଧନ ତଥା କଳା ର ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗ କରିଥିବା ମହନୀୟ ବ୍ୟକ୍ତିମାନଙ୍କୁ ଭାରତୀୟ କଳାଶ୍ରୀ ସମ୍ମାନ ରେ ସମ୍ମାନିତ କରାଯିବ।ଚଳିତ ବର୍ଷ କଣ୍ଠଶିଳ୍ପୀ ଭାବେ ଗୁରୁ ଶ୍ରୀମତୀ ଉର୍ମିଳା ପ୍ରଧାନ, ମର୍ଦଳ ବାଦ୍ୟ ରେ ଗୁରୁ ଶ୍ରୀ ରବି ନାରାୟଣ ପଣ୍ଡା ଓ ଶାସ୍ତ୍ରୀୟ ନୃତ୍ୟ ରେ ଗୁରୁ ଶ୍ରୀ ପାଗଳ ସ୍ୱାଇଁ ଙ୍କୁ ପ୍ରଦାନ କରାଯାଉଥିବାବେଳେ ୪୩୦ ରୁ ଉର୍ଦ୍ଧ ଶିଳ୍ପୀ ମାନଙ୍କୁ ଉତ୍ସାହ ଏବଂ ପ୍ରେରଣା ପାଇଁ ସମ୍ମାନିତ କରାଯିବାର ଯୋଜନା ରହିଛି l ଏହି କାର୍ଯ୍ୟକ୍ରମ ରେ ଭାରତ ର ବିଭିନ୍ନ ପ୍ରାନ୍ତ ରୁ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ମାନେ ଯୋଗ ଦେଇ ସେମାନଙ୍କର କଳା ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।ଏହା ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ମାନଙ୍କ ମଧ୍ୟ ରେ ବିଭିନ୍ନ କଳା ର ଆଦାନ ପ୍ରଦାନ ହେବ ସହିତ ଭାଇଚାରା ର ସମ୍ପର୍କ ସୃଷ୍ଟି ହେବ ଓ ଶାସ୍ତ୍ରୀୟ ନୃତ୍ୟ ବିଶ୍ୱଦରବାର ରେ ପ୍ରଚାର ଓ ପ୍ରସାର ହୋଇ ପ୍ରସିଦ୍ଧି ଲାଭ କରିବା ପାଇଁ ଖୋରାକ ଯୋଗାଇବ।ଉତ୍ସବ ରେ ତିନି ଦିନ ଧରି ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ଅତିଥିମାନଙ୍କ ଦ୍ୱାରା ସଭା ମଣ୍ଡନ କରାଯିବ।ଯୁବ ଗୁରୁ ଡ଼. ମନମୋହନ ଶର୍ମା ତାଙ୍କର ପୂଜ୍ୟ ଗୁରୁଜୀ ଡ଼. ମନୋଜ କୁମାର ବେହେରା ଙ୍କ ନିର୍ଦେଶରେ କରୁଥିବା ଏହି ମୋହତ୍ସବ ଟି ଅତ୍ୟନ୍ତ ପ୍ରଶଂସନୀୟ ଅଟେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply