ନୟାଗଡ଼,ତା-୮.୫.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବ୍ଲକର କ୍ରୀଦାଶପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଯେମାଦେଇପୁର ଛକ ପର୍ଯ୍ୟନ୍ତ ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ନାଲି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ବାଲ୍ୟ ବିବାହର କୁପ୍ରଭାବ ସମ୍ବନ୍ଧରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଶିଶୁ ଅଧିକାର ସୁରକ୍ଷା ପ୍ରତି ସମାଜକୁ ସଜାଗ କରିବା।

ରାଲିରେ ସ୍ଥାନୀୟ ସରପଞ୍ଚ, ପି.ଓ.-କମ୍-ପି.ଓ. ଶ୍ରୀମତୀ ସଞ୍ଜୁଲତା ପାଣିଗ୍ରାହୀ, ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦାଶ, ଜିଏସ୍ ସମ୍ବଲ ଶ୍ରୀ ବିଶ୍ୱପାର୍ଥବୀ, ଆଇ.ଟି. ଆସିଷ୍ଟାଣ୍ଟ ଶ୍ରୀ ସୂର୍ଯ୍ୟକାନ୍ତ ସାହୁ, ଆଇସିଡିଏସ ସୁପରଭାଇଜର ଶ୍ରୀମତୀ ଜ୍ୟୋତିମୟୀ ସାହୁ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ପିଆରଆଇ ସଦସ୍ୟମାନେ, ଅଙ୍ଗନୱାଡି କର୍ମୀ ଏବଂ ପ୍ରାୟ ୩୦ରୁ ଅଧିକ କିଶୋରୀ ବାଳିକା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସମନ୍ୱୟରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ, ସଫଳ ଓ ପ୍ରଭାବଶାଳୀ ଭାବରେ ସମ୍ପନ୍ନ ହୋଇଥିଲା। ଉକ୍ତ ରାଲି ମାଧ୍ୟମରେ ବାଲ୍ୟ ବିବାହ ରୋକ ପାଇଁ ସମାଜରେ ଏକ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୋଇଥିଲା l











