Home / ମୁଖ୍ୟ ଖବର / ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ।

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ।

ନୟାଗଡ଼,ତା-୮.୫.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ବିଦ୍ଯାର୍ଥୀ ଶିଶୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା, ଆଧ୍ୟାତ୍ମିକତା, ଅନୁଶାସନ ଓ ଦେଶପ୍ରେମ ଭଳି ସଦ୍‌ଗୁଣର ବିକାଶ ଉଦ୍ଦେଶ୍ୟରେ ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ତିନିଦିବସୀୟ “ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର” ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ସଭାରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଏହି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିବା ସହିତ

ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏହି ଭଳି ଶିବିରର ଆବଶ୍ଯକତା ଅଛି ବୋଲି ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ଓଟିଭିରେ ପ୍ରସାରିତ “ସର୍ବେ ଭବନ୍ତୁ ସୁଖୀନଃ” କାର୍ଯ୍ୟକ୍ରମର ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଗୁରୁଭକ୍ତି ଓ ଆଧ୍ୟାତ୍ମିକ ଜୀବନ ଗଠନ ସମ୍ପର୍କରେ ଛାତ୍ରଛାତ୍ରୀ ,ଆଚାର୍ଯ୍ଯ ଆଚାର୍ଯ୍ୟା ଓ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ। ଉତ୍ତମ ଛାତ୍ରଛାତ୍ରୀ ଗଠନରେ ପିତାମାତାଙ୍କ ଭୂମିକା ସର୍ବପ୍ରାଧାନ୍ଯ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ନୟାଗଡ଼ ପୌରଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ବାଣ୍ଠ ଓ ବିଦ୍ଯାଳୟର ଟ୍ରଷ୍ଟି ସରସୀବାଳା ଦାସ ପ୍ରମୁଖ ଯୋଗଦେଇ ଛାତ୍ରଜୀବନରେ ନୈତିକ ଶିକ୍ଷାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ପ୍ରଦୀପ କୁମାର ସାହୁ “ଦଶସୂତ୍ରୀ ଜୀବନ ନିର୍ମାଣ କୌଶଳ ଶିକ୍ଷା” ଉପରେ ଉପାଦେୟ ବକ୍ତବ୍ୟ ରଖିଥିଲେ। ସନ୍ଧ୍ୟା ସମୟରେ ବିଦ୍ୟାଳୟର ଦିଲ୍ଲୀପ ଗୁରୁଜୀଙ୍କ ନେତୃତ୍ୱରେ ଠାକୁରଙ୍କ ଆଳତୀ, ଭଜନ ଓ କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିବିରକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସକ୍ରିୟ ସହଯୋଗ କରିଥିଲେ। ମଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ଶିବିରାର୍ଥୀ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply