Home / ମୁଖ୍ୟ ଖବର / ଭାରତୀୟ କଳାଶ୍ରୀ ସମ୍ମାନ ସଂସ୍କୃତି ଭବନ, ପୁରୀ ଠାରେ ଉଦଘାଟନ ହୋଇଯାଇଛି

ଭାରତୀୟ କଳାଶ୍ରୀ ସମ୍ମାନ ସଂସ୍କୃତି ଭବନ, ପୁରୀ ଠାରେ ଉଦଘାଟନ ହୋଇଯାଇଛି

ପୁରୀ: ୮/୫/୨୦୨୬ – ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ଦ୍ୱାରା ଆୟୋଜିତ ଅଷ୍ଟମ ଭାରତୀୟ କଳାଶ୍ରୀ ସମ୍ମାନ ୨୦୨୬ ଉଦଘାଟନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଗୁରୁ ପ୍ରଫେସର ଡ଼. ମନୋଜ କୁମାର ବେହେରା, ସମ୍ମାନିତ ଅତିଥି ପ୍ରଦୁମ୍ନ ମିଶ୍ର ଓ ରାଜେଶ ମହାପାତ୍ର ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠି ଉପ ନିର୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ଲାଗି ସେବକ ପ୍ରଭୁଜୀ ଗୌରୀ ଶଙ୍କର ସିଂହାରୀ, ନୀଳମଣି ଗୁରୁ ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷକ ଏବଂ ଅନୁଷ୍ଠାନ ର ମୁଖ୍ୟ ଡ଼. ମନମୋହନ ଶର୍ମା ମହୋଦୟ ମଞ୍ଚର ଶୋଭା ବର୍ଦ୍ଧନ କରିଥିଲେ l ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆଶିର୍ବଚନ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନ ରେ ପ୍ରାୟ ୯୫ଜଣ ଶିଳ୍ପୀଙ୍କୁ ପ୍ରମାଣପତ୍ର, ଉପଢୌକନ,ଟ୍ରଫି ଏବଂ ଭାରତୀୟ କଳାଶ୍ରୀ ବିନ୍ଦୁ ସମ୍ମାନ ପ୍ରଦାନ କରାଯିବା ସହିତ ଗୁରୁମାନଙ୍କୁ ଭାରତୀୟ କଳାଶ୍ରୀ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ଦ୍ଵିତୀୟ ପ୍ରାର୍ଯ୍ୟାୟ ରେ ୪୫ ଜଣଙ୍କୁ ଭାରତୀୟ କଳାଶ୍ରୀ କମଳ ସମ୍ମାନ ଓ ୩ ଜଣ ଯୁବ ଗୁରୁଙ୍କୁ ଭାରତୀୟ କଲାଶ୍ରୀ ରତ୍ନ ସମ୍ମାନ ସହିତ ଓଡିଶୀ ନୃତ୍ୟଗୁରୁ ପାଗଳ ସ୍ବାଇଁଙ୍କୁ ଭାରତୀୟ କଳାଶ୍ରୀ ସମ୍ମାନ 2026 ପ୍ରଦାନ କରାଯାଇଥିଲା । ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ଚଳଚଞ୍ଚଳ ହୋଇ ଉଠିଥିଲା ପୁରୀ ଜିଲ୍ଲା ସଂସ୍କୃତି ଭବନ। ଭରପୁର ଦର୍ଶକ ରେ ଅନୁଷ୍ଠାନର ସଫଳତା ସୂଚାଇ ଦେଇଥିଲା। ଗୁରୁ ବସନ୍ତ କୁମାର ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ଉପସ୍ଥାପନା କରିଥିଲେ ଦିବ୍ୟାଂଶା ଦିବ୍ୟାଂଶି, ସଂଯୋଜନା କରିଥିଲେ ଶୁଭଲକ୍ଷ୍ମୀ ଓ ଅନ୍ୟମାନେ। ଭାରତର କୋଣାନୁକୋଣରୁ ଓଡିଶୀ, କଥକ, ଭାରତନାଟ୍ୟମ୍, କୁଚିପୁଡି ତଥା ଲୋକନୃତ୍ୟ ର ମହାସଙ୍ଗମ ଘଟିଥିଲା। ଭରପୁର ଦର୍ଶକ ରେ ପ୍ରେକ୍ଷାଳୟ ଶୋଭା ବର୍ଦ୍ଧନ କରିଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply