Home / ରାଜନୀତି / ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଜୟନ୍ତୀରେ “ପ୍ରାୟାସ” ପାରିବାର ର ସେବା କାର୍ଯ୍ୟ

ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଜୟନ୍ତୀରେ “ପ୍ରାୟାସ” ପାରିବାର ର ସେବା କାର୍ଯ୍ୟ

kamakhya

କଣାସ: ତା ୯.୨.୨୪ – ପବିତ୍ର ମାଘମାସ ତ୍ରିବେଣୀ ଅମାବାସ୍ୟା ତିଥିରେ ଜଗତ ଗୁରୁ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ପୁରୀ ଜିଲ୍ଲା କଣାସ ବ୍ଲକ ସ୍ଥିତ କରମଳା ଆଶ୍ରମରେ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି।
ଜନ୍ମବାର୍ଷିକ ଉତ୍ସବ ଅବସରରେ ଓଡିଶାର ଏବଂ ନିକଟତମ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଏହାକୁ ନଜରରେ ରଖି “ପ୍ରୟାସ” ସାମାଜିକ ଅନୁଷ୍ଠାନ ତରଫରୁ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଜଳପାନର ବ୍ୟବସ୍ତା କରାଯାଇଥିଲା । ଏହି ଉତ୍ସବରେ ସତ୍ୟବାଦୀର ଯୁବ ସମାଜସେବୀ ଶ୍ରୀ କାମାକ୍ଷା ପ୍ରଧାନଙ୍କ ସହିତ ସ୍ଵେଚ୍ଛାସେବୀ ମାନେ ଯୋଗଦାନ କରି ଜଳ ଏବଂ ଚା ବଣ୍ଟନ କରିବା ସହିତ ପରିବେଶକୁ ସଫା କରି ସେବା ଏବଂ ସ୍ଵଚ୍ଛତାର ବାର୍ତ୍ତା ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply