ପୁରୀ ୧୮/୫ ପୁରୀ ଜିଲ୍ଲା ରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହୋଇଛି।ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଏସ ଆଇ ଆର ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ଏକ ସୁସ୍ଥ,ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ପ୍ରତ୍ୟେକ ବୁଥ ପାଇଁ ବିଏଲଓ ବା ବୁଥ ଲେବଲ ଅଫିସର ଙ୍କ ସହ ତାହାକୁ ତଦାରଖ ପାଇଁ ସୁପରଭାଇଜର ମାନଙ୍କୁ ଦାୟିତ୍ୱ ଦିଆଯାଇଛି।ତେବେ ରାଜନୈତିକ ଦଳ ମାନେ ପ୍ରତ୍ୟେକ ବୁଥରେ ବିଏଲଏ ବା ବୁଥ ଲେବଲ ଏଜେଣ୍ଟ ଙ୍କୁ ଦାୟିତ୍ୱ ଦେଲେ ଏହା ଅଧିକ ସ୍ବଛ ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୧ ତାରିଖ କୁ ଯୋଗ୍ୟତା ତାରିଖ ଧରାଯାଇଛି।ମଇ ମାସ ୨୦ ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ କରାଯିବ।ବିଏଲଓ ମାନେ ମଇ ମାସ ୩୦ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରିବେ।ଜୁନ ୨୮ ତାରିଖରେ ରାସନାଇଜେସନ କରାଯିବ।ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରଦର୍ଶିତ ହେବ।ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରାଯାଇ ପାରିବ।ଜୁଲାଇ ୫ ରୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗୁଡିକ ର ଶୁଣାଣି କରାଯାଇ ଫଇସଲା କରାଯାଇ ଚୁଡାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୬ ତାରିଖରେ ପ୍ରକାଶିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଜିଲ୍ଲାରେ ମୋଟ ୧୬୦୯ ବୁଥ ଥିବା ବେଳେ ୧୬୦୯ ବିଏଲଓ ଏବଂ ୧୬୧ ସୁପରଭାଇଜର ଙ୍କୁ ନିଯୁକ୍ତି ଦିଆଯାଇଛି।ସେହିପରି ୬ଜଣ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଧିକାରୀ ବା ଇଆରଓ ଏବଂ ୩୧ ଜଣ ଏଇଆରଓ ଦାୟିତ୍ୱ ରେ ରହିବେ।ଜିଲ୍ଲାରେ ମଇ ମାସ ୧୭ ତାରିଖ ସୁଦ୍ଧା ମୋଟ ଭୋଟର ଙ୍କ ସଂଖ୍ୟା ୧୩୮୭୯୩୦ ରହିଛି।ଏଥିରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୭୧୩୦୩୦, ମହିଳା ଭୋଟର ୬୭୪୮୨୦ ଓ ୮୦ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।ଏଥିରେ ୧୮ ରୁ ୧୯ ବର୍ଷ ବୟସ୍କ ଯୁବ ଭୋଟର ଙ୍କ ସଂଖ୍ୟା ୨୪୫୨୦ରହିଛି, ଯାହା ମୋଟ ଭୋଟର ଙ୍କ ଅନୁପାତର ଶତକଡା ୧.୭୭ ଭାଗ।ସେହିପରି ୮୫ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ଙ୍କ ସଂଖ୍ୟା ୧୬୭୩୬ ଜଣ ଅର୍ଥାତ ଶତକଡା ୧.୨୧ ଭାଗ ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟର ଙ୍କ ସଂଖ୍ୟା ୧୭୬୭୭ ଅର୍ଥାତ ଶତକଡା ୧.୨୭ ଭାଗ ରହିଛି।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାର ଭୋଟର ତଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ରୁନୀତା ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନା ରେ ଗ୍ରହଣ କରିଥିଲେ।
ପୁରୀ ଜିଲ୍ଲାରେ ଏସ ଆଇ ଆର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
No Comments
May 18, 2026 3:26 pm

Previous Article
Next Article

ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ଷୀର , ପେଟ୍ରୋଲ , ଡିଜେଲ ଓ ସିଏନଜି ତଥା ପେଟ୍ରୋଲ ପମ୍ପ ବନ୍ଦ ବିରୁଦ୍ଧରେ ବିଶାଳ ମଶାଲ ଶୋଭାଯାତ୍ରା
ପୁରୀ-ଗୁଣୁପୁର ଟ୍ରେନର ସଫେଇ କର୍ମଚାରୀଙ୍କୁ ବେଆଇନ ନିଲମ୍ବନ ମାମଲା : ବିଜେପି ନେତା ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପ ପରେ ତତ୍ପର ହେଲା କମ୍ପାନୀ, ତଦନ୍ତ ସରିବା ଯାଏଁ ତୁରନ୍ତ କାମକୁ ଫେରାଇବାକୁ ଦାବି

Related Posts
ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଶିବିର
June 9, 2026
ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ନୋହିଲା
June 9, 2026





