ନୟାଗଡ଼ ,ତା-୨୦.୫.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବିଜ୍ଞାନ, କଳା, ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଅଛି । ଉକ୍ତ ପରୀକ୍ଷାରେ ନୟାଗଡ ୟୁନିଟେକ୍ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ତିନୋଟି ବିଭାଗରେ ଅଭୁତପୂର୍ବ ଶତ ପ୍ରତିଶତ ସଫଳତା ହାସଲ କରିଅଛି । ବିଜ୍ଞାନ ବିଭାଗରେ ୧୫୬ ଜଣ ପରୀକ୍ଷା ଦେଇଥିଲା ବେଳେ ପ୍ରଥମ ଶ୍ରେଣୀରେ ୧୫୩ ଜଣ, ୯୦% ୧୪ ଜଣ,୮୦% ଉର୍ଦ୍ଧ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ହେଲେ ୭୫

ଜଣ , ସେହିପରି ବାଣିଜ୍ୟରେ ସମସ୍ତ ୩୧ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ କଳା ବିଭାଗରେ ମୋଟ ୬୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ୯୦% ରୁ ଅଧିକ, ୩୫ ଜଣ ୮୦% ରୁ ଅଧିକ ୬୬ଜଣ ପ୍ରଥମ ଶ୍ରେଣୀରେ କୃତିତ୍ଵର ସହ ସଫଳତା ହାସଲ କରିଛନ୍ତି । ସର୍ବୋପରି ବିଜ୍ଞାନରେ ବିଶ୍ବଜିତ ମହାନ୍ତି ସର୍ବାଧିକ ୫୭୪ ନମ୍ବର, ଓମ୍ ପ୍ରସାଦ ସାହୁ ବାଣିଜ୍ୟରେ ସର୍ବାଧିକ ୫୬୨ ନମ୍ବର ଏବଂ କଳା ବିଭାଗରେ ରୋଜାଲିନ ଛୋଟରାୟ ସର୍ବାଧିକ ୫୫୨ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ପ୍ରଦୀପ କୁମାର ପୃଷ୍ଟି ଏହି ସଫଳତାର ଶ୍ରେୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଦେଇଛନ୍ତି ଏବଂ ସମସ୍ତଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ।











