ପୁରୀ : ୨୭/୭/୨୦୨୫- ତୃପ୍ତିମୟୀ ଜେନା – ସବୁଜିମା ପରିବେଶ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ମିଶନ ଓଡିଶାର ସ୍ବେଚ୍ଛାସେବୀ ମାନେ ଗାଁ ଗାଁ ରେ ଗଛ ଲଗାଇବା କାର୍ଯ୍ୟକ୍ରମ ମାସ ମାସ ଧରି ଚଳାଇଛନ୍ତି।

ପରିବେଶର ସୁରକ୍ଷା ଦିଗରେ ଅଗ୍ରସର ମିଶନ ଓଡ଼ିଶାର ସଦସ୍ୟ ଅଜୟ ପ୍ରଧାନ ଓ ସବ୍ୟସାଚୀ ସେନାପତିଙ୍କ ନେତୃତ୍ୱରେ ହରେକୃଷ୍ଣପୁର ପଞ୍ଚାୟତ ଦକ୍ଷିଣ ଭୋଇ ସାହିର ବିଭିନ୍ନ ସ୍ଥାନରେ ମୋଟ ୮୦ ରୁ ଉର୍ଦ୍ଧ ବୃ୍ଷରୋପଣ କରାଯାଇଛି ୍ ଏହି ଗଛ ଲଗାଇବା କାର୍ଯ୍ୟରେ ଗଛ ମଣିଷ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପ୍ରକୃତି ବନ୍ଧୁ ସମ୍ମାନୀତ ଗଛ ପ୍ରେମୀ ତଥା ବିଶିଷ୍ଟ ସମାଜସେବୀ ବଦ୍ରି ମିଶ୍ର, ପ୍ରକୃତିକୁ ଭଲ ପାଉଥିବା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ଦଳାଇ ଯୋଗଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।ବାଲିଗୁଆଳୀ ଗ୍ରାମର ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପରିଡା,ସମ୍ପାଦକ ପ୍ରଶାନ୍ତ ପଣ୍ଡା, ଦୁର୍ଗା ପ୍ରସାଦ ପ୍ରଧାନ, ପ୍ରଶାନ୍ତ ଭୋଇ, ବ୍ୟାସଦେବ ବସ୍ତିଆ, ଜୟନ୍ତ ଜେନା , ଶଙ୍କର ଭୋଇ, ପ୍ରସନ୍ନ ରାଉତ,ଦୀପକ ଜେନା ଆଦି ଅନେକ ଗ୍ରାମ ବାସୀ ବୃନ୍ଦ ଉକ୍ତ କାର୍ଯ୍ୟରେ ଯୋଗ ଦେଇଥିଲ। “ମାଆ ଙ୍କ ଉଦ୍ଦେଶ୍ୟରେ ଦୁଇଟି ଗଛ ଲଗାନ୍ତୁ ଓ ସବୁଜ ପରିବେଶ ସୃଷ୍ଟି କରନ୍ତୁ” ସ୍ଲୋଗାନ ଦେଇ ବହୁ ଉତ୍ସାହୀ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲି। ସମୟ ସହ ପରିବେଶ ଦିନକୁ ଦିନ ବିଗୁଡୁଥିବାରୁ ପରିବେଶ କୁ କିପରି ଆଗାମୀ ଦିନରେ ସୁରକ୍ଷିତ ରଖିପାରିବା ସେ ଦିଗରେ କାର୍ଯ୍ୟ କରିବାକୁ ସମସ୍ତେ ଶପଥ ନେଇଛନ୍ତି ବୋଲି ମିଶନ ଓଡିଶାର ସମ୍ପାଦକ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।











