Home / ମୁଖ୍ୟ ଖବର / ମିଥ୍ୟା ମାମଲା କରି ଗଣମାଧ୍ୟମର କଂଣ୍ଠରୋଧ କରିବାକୁ ଉଦ୍ୟମ । ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ ।

ମିଥ୍ୟା ମାମଲା କରି ଗଣମାଧ୍ୟମର କଂଣ୍ଠରୋଧ କରିବାକୁ ଉଦ୍ୟମ । ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ ।

ନୟାଗଡ଼,ତା-୨୧.୫.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ।- ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗଣମାଧ୍ୟମର କଂଣ୍ଠରୋଧ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ନେଇ ସଦରମହକୁମାର ବହୁ ସାମ୍ବାଦିକ ନୟାଗଡ଼ ଏସ୍‌ପି ଏସ୍ ସୁଶ୍ରୀଙ୍କୁ ଭେଟି ନ୍ୟାୟ ପାଇଁ ଦାବି ରଖିଛନ୍ତି । ଏହା ସହିତ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ଜରିଆରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲାରେ ବିଗତ କିଛି ଦିନ ହେବ ସାମ୍ବାଦିକମାନେ କିଛି ଅସାମାଜିକ ବ୍ୟକ୍ତି ପାଇଁ ଭୟ ଓ ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି । ଦୁଇ ଜଣ ସାଇବର ମାଫିଆ ଜିଲ୍ଲାର ବହୁ ସାମ୍ବାଦିକଙ୍କ ସମେତ ଦୈନିକ ‘ସକାଳ’ ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କୁ ଟାର୍ଗେଟ କରି ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଚରିତ୍ରସଂହାର କରି ଫେସବୁକରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଗତ ୩୦ ତାରିଖରେ ଅନିଲ ପଣ୍ଡା

ନୟାଗଡ଼ ଟାଉନଥାନାରେ ଏତଲା ଦେଇଥିଲେ। ଟାଉନଥାନା ପୁଲିସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ସାଇବର ମାଫିଆଙ୍କୁ ଗିରଫ କରିଥିଲା। ଏହାପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଟାଉନଥାନା ଆଗରେ ଧାରଣା ଦେବା ସହ ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କ ନାମରେ ଏକ ମିଥ୍ୟା ମକୋଦ୍ଦମା ଦାୟର କରିଛନ୍ତି। ଜଣେ ମହିଳାଙ୍କୁ ପ୍ରାୟୋଜିତ ଭାବେ ବ୍ୟବହାର କରି ଅନୀଲଙ୍କ ନାମରେ ମିଥ୍ୟା ଅସଦାଚରଣ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଟାଉନଥାନାରେ ୧୫୪/୨୬ରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମର କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରାୟୋଜିତ ମିଥ୍ୟା ଏତଲାକୁ ନୟାଗଡ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ମାମଲାର ସଠିକ୍ ଭାବେ ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଦାବି ରଖିଛି । କୈାଣସି ଚାପର ବଶବର୍ତ୍ତୀ ନହୋଇ ପୁଲିସ ଉଚିତ୍ ପଦକ୍ଷେପ ଗ୍ରହଣ କରିବ ବୋଲି ସାମ୍ବାଦିକମାନେ ଆଶା କରିଛନ୍ତି । ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ବହୁ ସାମ୍ବାଦିକ ନୟାଗଡ଼ ଏସ୍‌ପିଙ୍କୁ ଭେଟି ଦାବି ଉପସ୍ଥାପନା କରିବା ସହ ସଠିକ ତଦନ୍ତ ଓ ନ୍ୟାୟ ଦାବି କରିଛନ୍ତି । ଏହା ସହିତ ଜିଲ୍ଲାର ଅନେକ ଥାନାରେ ବ୍ଲକ ସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନେ ସ୍ଥାନୀୟ ଥାନା ଜରିଆରେ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply