ନୟାଗଡ଼,ତା-୩୧.୫.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ଼ ବ୍ଲକ ବିରୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ ବା (SIR) ବିରୋଧରେ କଂଗ୍ରେସ ନେତା ତଥା ବ୍ଲକ ସଭାପତି ହାସିମ୍ ଖାଁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ କରାଯାଇଥିବା ଭୋଟର ତାଲିକା ସଂଶୋଧନ ବା ଭୋଟର ତାଲିକାରୁ ନାମ କାଟିବାକୁ କଂଗ୍ରେସ ଘୋର ନିନ୍ଦା କରିଛି। ଯଦି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଭୋଟର ତାଲିକା ସଂଶୋଧନକୁ ପ୍ରତ୍ୟାହାର ନ କରନ୍ତି ବା ଯୋଗ୍ୟ ଭୋଟରଙ୍କ ନାମ

କାଟନ୍ତି ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ନୟାଗଡ ବ୍ଲକ କଂଗ୍ରେସ ସଭାପତି ହାସିମ୍ ଖାଁ ବକ୍ତବ୍ୟ ରଖିଥିଲେ । ବିରୁଡା ଗ୍ରାମ ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରଣଜିତ୍ ଦାସ , ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ହାସିମ୍ ଖାଁ, ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ମନୋଜ କୁମାର ସାହୁ , ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ , କଂଗ୍ରେସ ନେତା ଫକୀର ଚରଣ ମଲ୍ଲ ,ବିରୁଡା ପଞ୍ଚାୟତର କଂଗ୍ରେସ ଆବାହକ ରାଜକିଶୋର ସାହୁ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।











