ପୁରୀ – ୧୧-୬-୨୬ ଆନ୍ତର୍ଜାତୀୟ ଚିତ୍ର କଳା ଶିବିର ଭାରତ ଓ ନେପାଳ ର ଚିତ୍ରଶିଳ୍ପୀ ଙ୍କ ଦ୍ଵାରା ୯ ଜୁନ ୨୦୨୬ ରୁ ୧୧ ଜୁନ ୨୦୨୬ ପର୍ଯ୍ୟନ୍ତ ହୋଇ ଶେଷ ରେ ଉଜ୍ଜାପନି କରା ଯାଇଥିଲା। ଏଥିରେ ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଆଶୁତୋଷ ବିଶ୍ଵାଳ, ଶୁଭମ୍ କୁମାର ଜେନା, ଓମ୍ ପ୍ରକାଶ ବେହେରା, ପୂଜାରାଣି ଗିରି, ଦୀପିକା ବେହେରା, ଲିଜାରାଣି ସାହୁ, ବୈଶାଖୀ ପରିଡ଼ା, ଅଧକ୍ଷ ଡ. ଦୁର୍ଗାମାଧବ କର, ବିକେ ନର୍ବାହଦୂର୍, ଉଧବ୍ ଗୁରୁଁ, ଏନ୍ ବି ଗୁରୁଁ, ସାମ୍ ସୁନ୍ଦର ଯାଦବ ଏବଂ ଯୋଗେଶ ଗୋଏତ୍ ଭାଗ ନେଇ ଚିତ୍ରକଳା ଶିବିର ରେ ଅଂଶ ଗ୍ରହଣ କରିଥିଲେ। ପରିଶେଷ ରେ କାଠମାଣ୍ଡୁ ର ବରିଷ୍ଠ ଚିତ୍ରଶିଳ୍ପୀ ଯୋଗେଶ ଗୋଏତ୍, ସାମ ସୁନ୍ଦର ଯାଦବ ଓ ଓଡ଼ିଶାର ଡ. ଦୁର୍ଗାମାଧବ କର ଙ୍କ ଦ୍ଵାରା ଚିତ୍ରଶିଳ୍ପୀ ମାନଙ୍କୁ ଉପଢୌକନ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବିକେ ଆର୍ଟ ଗ୍ୟାଲେରୀ ର ଡାଇରେକ୍ଟର ବିକେ ନର୍ବାହାଦୁର ପୋଖରା ର ଲାଇଭ୍ ଡେମୋଷ୍ଟ୍ରେସନ ଦେଇଥିଲେ । ଏହାକୁ ସମସ୍ତ ଚିତ୍ରଶିଳ୍ପୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ। ପରିଶେଷରେ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଅଧକ୍ଷ ଡ. ଦୁର୍ଗାମାଧବ କର ନେପାଳ ସହିତ ଭାରତ ଓ ଶ୍ରୀ ଜଗନ୍ନାଥ ଙ୍କ ସମ୍ପର୍କ ବର୍ଣ୍ଣନା କରି ଧନ୍ୟବାଦ ପ୍ରଦାନ କରିଥିଲେ।
କାଠମାଣ୍ଡୁ ର ସନେପାରେ ଆନ୍ତର୍ଜାତୀୟ ଚିତ୍ର କଳା ଶିବିର










