Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ଅନୁଷ୍ଠିତ

ପୁରୀ ୧୮/୬ ପ୍ରାକୃତିକ ବିପର୍ଯ୍ୟୟ ଅପ୍ରତ୍ୟାଶିତ।ଏହା କୌଣସି ସମୟରେ ମଧ୍ୟ ଆସିପାରେ। ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ବାରା ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ସମ୍ପର୍କରେ ଏକ ଟେବୁଲ ଟପ ଏକ୍ସସରସାଇଜ ବା ଅଭ୍ୟାସ – ୨୦୨୬ ଅନୁଷ୍ଠିତ ହୋଇଥିଲା।ଓସଡମା ର ସହଯୋଗ ଓ ପୁରୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଗଣିତ।ବିଶେଷ କରି ବନ୍ୟା, ବାତ୍ୟା ଚିର ସହଚର ହୋଇ ଥିବାରୁ ଏଥିପାଇଁ ସମସ୍ତେ ଅଭିଜ୍ଞତା ଓ ଅନୁଭବ ଆଧାରରେ ସତର୍କ ରହିବାକୁ ସେ ମତ ଦେଇଥିଲେ।ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାର୍ଯ୍ୟସୂଚୀ ର ମାର୍ଗଦର୍ଶିକା ଆଧାର ରେ ବାରମ୍ବାର ଅଭ୍ୟାସ ଓ ସାଧାରଣ ଜନତା ଙ୍କୁ ସଚେତନ କରାଇବା ସମ୍ପର୍କରେ ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକ ର ସ୍ଥିତି ଅନୁଧ୍ୟାନ, ଶୌଚାଳୟ , ପାନୀୟ ଜଳ,ବିଦ୍ୟୁତ ବ୍ୟବସ୍ଥା ଇତ୍ୟାଦି କୁ ବହୁ ପୂର୍ବରୁ ନିରୀକ୍ଷଣ ଓ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମତ ଦେଇଥିଲେ।
ଜରୁରୀ ବିଭାଗର ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ। ଅଗ୍ନିଶମ ବିଭାଗ ସେମାନଙ୍କ ପାଖରେ ଉପଲବ୍ଧ ଯନ୍ତ୍ରପାତି ଗୁଡିକୁ ତନଖି ସାରିବା ସହ ଅତ୍ୟାଧୁନିକ ଯନ୍ତ୍ରପାତି ଗୁଡିକ ସମ୍ପର୍କରେ ଓ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ।ସେହିପରି ସ୍ବାସ୍ଥ୍ୟ, କୃଷି, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମତ୍ସ୍ୟ, ପ୍ରାଣୀ ସମ୍ପଦ,ଆରକ୍ଷୀ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା,ଜିଲ୍ଲା ଶିକ୍ଷା ବିଭାଗ,ଯୋଗାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ, ୱ୍ବାଟକୋ, ଗ୍ରାମ୍ୟ ଜଳ ଯୋଗାଣ, ଜଳସେଚନ, ପୂର୍ତ୍ତ, ଡ୍ରେନେଜ ବିଭାଗ, ଏନଡିଆରଏଫ ପକ୍ଷରୁ ସେମାନଙ୍କ ବିଭାଗର କାର୍ଯ୍ୟ ଧାରା ଓ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ସେମାନଙ୍କ ବିଭାଗର ଦାୟିତ୍ୱ ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟ ର ସଠିକ ନିର୍ବାହ ସହ ଯେମିତି ବିପର୍ଯ୍ୟୟ ସମୟରେ ଉନ୍ନତ ସେବା ଯୋଗାଇ ଦେବେ ସେଥିପାଇଁ ପୂର୍ବ ପ୍ରସ୍ତୁତି କୁ ଚୁଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ବିଡ଼ିଓ ସମ୍ବିତ ଶତପଥୀ,ଓସଡମା ପକ୍ଷରୁ SRC ଙ୍କ ଓସଡି ସୁରଞ୍ଜିକା ବେହେରା,
ପୁରୀ ମହାନଗର ନିଗମର ଅତିରିକ୍ତ ଯୁଗ୍ମ କମିଶନର ଅରିଜିତ ନାୟକ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, NDRF ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆସନ୍ତା କାଲି ମକ ଡ୍ରିଲ ସମସ୍ତ ବ୍ଲକର ୧୭୯ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ମଧ୍ୟରୁ ୧୭୬ ଟିରେ ପୂର୍ବାହ୍ନ ୮ ଘଟିକା ରେ କରାଯିବ।ପୂର୍ବରୁ ୩ଟି ଆଶ୍ରୟ ସ୍ଥଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଦର ମହକୁମା ର ସର୍କିଟ ହାଉସ ଠାରେ ମଧ୍ୟ ଅନୁରୂପ ଭାବେ ମକ ଡ୍ରିଲ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।ଏ ସମ୍ପର୍କରେ ସମସ୍ତ ବିଡ଼ିଓ ମାନଙ୍କ ସହ ଗତ କାଲି ଅପରାହ୍ନ ରେ ଆଭାସୀ ମାଧ୍ୟମରେ ଆଲୋଚନା କରାଯାଇଥିଲା ବୋଲି ଡେପୁଟି କଲେକ୍ଟର ଶ୍ରୀ ଗନ୍ତାୟତ କହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply