କାକଟପୁର ୧୬/୩/୨୦୨୪ ( ତୁଷାର ଦୀକ୍ଷିତ ) – ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ଧର୍ମପରାୟଣା ମହିଳା ଗଣ୍ଡେଇ ଖଣ୍ଡୁଆଳଙ୍କ ଆଜି ପରଲୋକ ହୋଇଯାଇଛି l ଶୁକ୍ରବାର ଦିନ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁର୍ତ୍ୟୁ ଘଟିଛି l ମୁର୍ତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ପୂର୍ଣଚନ୍ଦ୍ର, ପୁତ୍ରବଧୂ, ତିନି ଝିଅ, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ l ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଭାବେ ଅଞ୍ଚଳ ରେ ବେଶ ପରିଚିତ ଥିଲେ l ତାଙ୍କର ମୃତ୍ୟୁରେ ସାରା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା l ପୁତ୍ର ପୂର୍ଣଚନ୍ଦ୍ର ମୁଖାଗ୍ନି ଦେଇଥିବାବେଳେ ସ୍ୱର୍ଗଦ୍ୱାର ଠାରେ ପ୍ରିୟଜନ, ବନ୍ଧୁପରିଜନ ମାନେ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ଧର୍ମ ପ୍ରରାୟଣା ମହିଳାଙ୍କ ପରଲୋକ
No Comments
March 17, 2024 1:48 am

Previous Article
Next Article

ଭାରତ ବିକାଶ ପରିଷଦ ର ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ll
ମୋହନଙ୍କ କାହାଣୀ କୁ ନେଇ ଲୋକାର୍ପିତ ହେଲା ପୁସ୍ତକ ସିଲ୍ଭର ଗାନ୍ଧୀ ଇଣ୍ଡିଆ

Related Posts
ନିଷ୍କପଟ ସରଳ ହୃଦୟ ନେତା ଲଳିତ ରଥ ଙ୍କୁ ଝୁରୁଛି ନରଣ ପୁର ଓ କାକଟପୁର
October 11, 2025ଆର ପାରିକୁ ଚାଲିଗଲେ ଶ୍ରୀମନ୍ଦିର ର୍ ବରିଷ୍ଠ ସେବାୟତ ଶ୍ରୀଧର ପ୍ରଧାନୀ.
September 26, 2025





