Home / ମୁଖ୍ୟ ଖବର / ରୋଟାରୀ କ୍ଲବ ଅଫ ଶ୍ରୀଜଗନ୍ନାଥ ଧାମ’ର ରୌପ୍ୟ ଜୟନ୍ତୀ-ଶ୍ୟାମ ସେନାପତିଙ୍କୁ ‘ରୋଟାରୀ ସମ୍ମାନ -୨୦୨୬’

ରୋଟାରୀ କ୍ଲବ ଅଫ ଶ୍ରୀଜଗନ୍ନାଥ ଧାମ’ର ରୌପ୍ୟ ଜୟନ୍ତୀ-ଶ୍ୟାମ ସେନାପତିଙ୍କୁ ‘ରୋଟାରୀ ସମ୍ମାନ -୨୦୨୬’

ପୁରୀ, ୨୨/୬(): ରୋଟାରୀ କ୍ଲବ ଅଫ ଶ୍ରୀଜଗନ୍ନାଥ ଧାମ’ର ରୌପ୍ୟ ଜୟନ୍ତୀ ସମାରୋହ ହୋଟେଲ ହଲିଡ଼େ ରିସୋର୍ଟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟ, ସଂସ୍କୃତି, ପରିବେଶ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସାଂସ୍କୃତିକ ସଂଗଠକ ତଥା ସଫଳ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତିଙ୍କୁ ‘ରୋଟାରୀ ସମ୍ମାନ -୨୦୨୬’ରେ ସମ୍ମାନିତ କରାଯାଇଛି। ଅବସରପ୍ରାପ୍ତ ରାଷ୍ଟ୍ରଦୂତ, ବୈଦେଶିକ ବ୍ୟାପାର ବିଶେଷଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଦୀପକ ଭୋରା ମୁଖ୍ୟ ଅତିଥି, ରୋଟାରୀ ୩୨୬୨ ଜିଲ୍ଲା ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ସେନାପତିଙ୍କୁ ସମ୍ମାନିତ କରିଥିଲେ। ଅନୁଷ୍ଠାନର ସଭାପତି ରୋଟାରିଆନ ସୁବାସ କୁମାର ପଣ୍ଡା, ଚେୟାରମ୍ୟାନ ପ୍ରଭୁଦତ୍ତ ସୁବୁଦ୍ଧି ଓ ସମ୍ପାଦିକା ଝରଣା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍ସବରେ ବହୁ ବୁଦ୍ଧିଜୀବୀ, ରୋଟାରିଆନ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply