Home / ମୁଖ୍ୟ ଖବର / ମାନବିକତା ପାଇଁ ସନ୍ତୋଷ କୁମାର ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ,

ମାନବିକତା ପାଇଁ ସନ୍ତୋଷ କୁମାର ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ,

ପୁରୀ,୨୮/୬/୨୬ – ଜଣେ ପର୍ଯ୍ୟଟକ ଭୁବନେଶ୍ୱରରୁ ପୁରୀ ଆସୁଥିବା ସମୟରେ ପୁରୀ ମେଡିକାଲ ଛକ ନିକଟରେ ଅସାବଧାନତାବଶତଃ ନିଜର ଲଗେଜ ଗାଡ଼ିରେ ଛାଡ଼ି ଚାଲିଯାଇଥିଲେ। ପରେ ସେହି ଲଗେଜଟି ଶ୍ରୀ ସନ୍ତୋଷ କୁମାର ମିଶ୍ରଙ୍କ ଗାଡ଼ିରେ ଥିବା ଦୃଷ୍ଟିଗୋଚର ହୋଇଥିଲା। ମାନବିକତା ପରିଚୟ ଦେଇ ଶ୍ରୀ ମିଶ୍ର ଉକ୍ତ ଲଗେଜକୁ ସୁରକ୍ଷିତ ଭାବେ ରଖି କୁମ୍ଭାରପଡା ଥାନାର ସହଯୋଗରେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଥିଲେ। ଉକ୍ତ ଲଗେଜରେ ପ୍ରାୟ ୫୦ ଗ୍ରାମ ସୁନାର ଅଳଙ୍କାର, ଯଥା ୨ଟି ହାର, ୧ଟି ମଙ୍ଗଳସୂତ୍ର, ୧ଟି ଆଙ୍ଗୁଠି, ୧ ଯୋଡ଼ା କାନଫୁଲ ସହ ନଗଦ ₹୧,୩୦,୦୦୦/- ରହିଥିଲା।

ଏହି ସତତାପୂର୍ଣ୍ଣ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂହ ଶ୍ରୀ ସନ୍ତୋଷ କୁମାର ମିଶ୍ରଙ୍କୁ ସମ୍ମାନିତ କରିଥିଲେ ଏବଂ ତାଙ୍କର ମାନବିକତା, ସତତା ଓ ଦାୟିତ୍ୱବୋଧକୁ ଉଚ୍ଚ ପ୍ରଶଂସା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply