Home / ମୁଖ୍ୟ ଖବର / ‘ଓଡ଼ିଆ କାବ୍ୟ କବିତା ରେ ରାମତତ୍ତ୍ୱ’ ଆଲୋଚନା

‘ଓଡ଼ିଆ କାବ୍ୟ କବିତା ରେ ରାମତତ୍ତ୍ୱ’ ଆଲୋଚନା

ପୁରୀ ତା. ୨୮/୬/୨୬ ସାରସ୍ୱତ ଅନୁଷ୍ଠାନ ‘ଅଭିନନ୍ଦନିକା’ ପକ୍ଷରୁ ଭ୍ରାମ୍ୟମାଣ ସାହିତ୍ୟ ଆସର ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି | ‘ଓଡ଼ିଆ କାବ୍ୟ କବିତାରେ ରାମତତ୍ତ୍ୱ’ ଶୀର୍ଷକ ଆଲୋଚନା ଆସରରେ କବି ଓ ସମାଲୋଚକ ଡକ୍ଟର ଦିଲୀପ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ | ନୟାଗଡ଼ ହେଉଛି କାବ୍ୟ ସାଧନାର ମାଟି | ଏଠାରେ ସଂସ୍କୃତ ଓ ଓଡ଼ିଆ ଭାଷା ରେ ଉତ୍କୃଷ୍ଟ ସାହିତ୍ୟ କୃତ୍ତି ମାନ ରଚନା କରାଯାଇଛି | କବି ଉପେନ୍ଦ୍ର ଭଞ୍ଜ ନିଜ କବିତ୍ୱ ର ଉତ୍କର୍ଷ ନୟାଗଡ଼ ରେ ପ୍ରତିପାଦନ କରିଥିଲେ | ମଧ୍ୟଯୁଗୀୟ କାବ୍ୟ ରେ ରାମବିଭା, ରଘୁନାଥ ବିଳାସ ଓ ବୈଦେହୀଶ ବିଳାସ ପରି ଉତ୍କୃଷ୍ଟ ରାମକାବ୍ୟ ରଚିତ ହୋଇ ମର୍ଯ୍ୟ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଙ୍କର ବ୍ୟକ୍ତିତ୍ୱ ଓ ବିଚାରଧାରା ର ପ୍ରଚାର କରିଥିଲେ ବୋଲି ଆସର ରେ ମତ ପ୍ରକାଶ ପାଇଥିଲା | କାର୍ଯ୍ୟକ୍ରମ ରେ କବି କାମଦେବ ମହାରଣା, ଅଧ୍ୟାପକ ଉମେଶ ବେହେରା, ଗବେଷକ ନାରାୟଣ ସାହୁ , ସତ୍ୟପ୍ରସାଦ ପଟ୍ଟନାୟକ , ନିରଞ୍ଜନ ମହାରଣା , ପବିତ୍ର ବେହେରା, ଶୁଭଦା ମିଶ୍ର, ସାଇ ସ୍ୱରୂପ ସ୍ୱାଇଁ, ଆଦ୍ୟାଶା ମିଶ୍ର ଓ ଆନନ୍ଦୀ ମିଶ୍ର ପ୍ରମୁଖ ଯୋଗଦେଇ ଅଂଶଗ୍ରହଣ କରିଥିଲେ । ସାମାଜିକ କର୍ମୀ ସୌଭାଗିନୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ କୁ ଅଭିନନ୍ଦନିକା’ ର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଂଚାଳନ କରିଥିଲେ | ଏଥିସହିତ ସାହିତ୍ୟିକ ବନ୍ଧୁ ମାନେ କଣ୍ଟିଲୋ ନୀଳମାଧବ ମନ୍ଦିର ଓ ବୈଷ୍ଣବ ଦେବୀ ମନ୍ଦିର ଦର୍ଶନ କରି ଫେରି ଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply