ପୁରୀ, ୩୦/୬(): ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ଭଜନ ସମାରୋହ ସିଂହଦ୍ବାର ନିକଟରେ ଅନୁଷ୍ଠିତ ହୋଇଛି। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ ସେଠୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସ୍ନାନପୂର୍ଣ୍ଣିମା ଅବସରରେ ଶିଳ୍ପୀମାନେ ଭକ୍ତି ସଂଗୀତରେ ଲୋକପ୍ରିୟ ଭଜନ ପରିବେଷଣ କରିଥିଲେ। ମହାପ୍ରସାଦ ଛୁଇଁ କହ ଚକାନୟନ.., ଦେରେ କାଳିଆ ମୋତେ.., ବରଗଛ ଓହଳ.., ବଡ଼ଦାଣ୍ଡେ ଭିଡ଼ ଲାଗିଥାଉ.., ବଡ଼ ଠାକୁର ହେ ନୀଳଚକ୍ରେ ବାନା ଉଡ଼ୁଥାଉ.., ନଈ ବହିବହି ଯାଉଛି.. ଭଳି ଭଜନ ପରିବେଷଣ କରିଥିଲେ ଶିଳ୍ପୀବୃନ୍ଦ। ଆଲୋକ ମହାପାତ୍ର, ଯଜ୍ଞଦତ୍ତ, ନଳିନୀକାନ୍ତ ନାୟକ, ଶାଶ୍ବତୀ ଦାଶ, ଭାଗ୍ୟଶ୍ରୀ ମହାନ୍ତି, ଭବେଶ ବରାଳ, ସୁଭଦ୍ରା ସିଂହ, ଦେବସ୍ମିତା ହୋତା, ପ୍ରୀତିଶା ମହାପାତ୍ର, ସିଦ୍ଧିସ୍ନା ବିନ୍ଧାଣୀ, ଶୁଭମ ରାଉତ, ସନତ ପାଣିଗ୍ରାହୀ, ଶୁଭ୍ରକାନ୍ତ ପାତ୍ର, ଅହନ ବିକ୍ରମ, ଡ.ଚନ୍ଦନ କୁମାର ଗନ୍ତାୟତ, ଶକ୍ତିପ୍ରସାଦ ନାୟକ, ଦିବ୍ୟାଂଶୀ ମହାପାତ୍ର, ଆଶ୍ରିତା ଚୌଧୁରୀ, ଋତୁପର୍ଣ୍ଣା ମହାନ୍ତି, ଅଶୋକ କୁମାର ଖଟେଇ ଭଜନ ପରିବେଷଣ କରିଥିଲେ। ଶ୍ୟାମପ୍ରକାଶ ସେନାପତି, ଶେଷଦେବ ସାହୁ ଓ ପ୍ରସନ୍ନ କୁମାର ସାହୁ ମଞ୍ଚ ସଞ୍ଚାଳନ କରିଥିଲେ । ଜିଲ୍ଲା ସଂସ୍କୃତି କଳାକାର ସଂଘ ଉପସଭାପତି ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଦେବସ୍ନାନ ପୂର୍ଣ୍ଣିମା ଭଜନ ସମାରୋହ











